fbpx

କ୍ୟାବିନେଟର ବଡ ନିଷ୍ପତ୍ତି: ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ମାଗଣା କରୋନା ଟିକା

ଲକ୍ଷ୍ନୌ,୨୦ ।୪: କରୋନା ଭାଇରସ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୟୁପିରେ ଆସନ୍ତା ମାସ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକାକରଣ ଦିଆଯିବ । ୟୁପିରେ ମେ ୧ ରୁ ଆରମ୍ଭ ହେବାକୁ ଯାଉଥିବା ଟିକାକରଣ ଅଭିଯାନ ଅଧିନରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦିଆଯିବ । ୟୁପି ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧ ମେ’ରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ।

Get real time updates directly on you device, subscribe now.