ନୂଆଦିଲ୍ଲୀ: ୨୦୨୪-୨୫ ସାଧାରଣ ବଜେଟରେ ସରକାର ମଧ୍ୟବିତ୍ତ ପରିବାର ଏବଂ କମ୍ ଆୟ କରୁଥିବା ଲୋକମାନଙ୍କ ଉପରେ ବେଶୀ ଫୋକସ୍ କରିଛନ୍ତି । ଏହାଭିତରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଭଳି ଏକ ସ୍କିମର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହାଦ୍ୱାରା ଦେଶର ପ୍ରାୟ ୧ କୋଟି ଘରକୁ ସିଧାସଳଖ ଲାଭ ମିଳିପାରିବ ବୋଲି । ଏଣିକି ପ୍ରତିମାସରେ ସେମାନଙ୍କୁ ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଏବେ ବଜେଟରେ ପାରିତ ହୋଇଛି । ଅର୍ଥମନ୍ତ୍ରୀ ରୁଫଟପ ସୋଲାର ପ୍ୟାନେଲ ଘୋଷଣା କରିଛନ୍ତି । ଆଉ ଏବେ ଆରମ୍ଭ ହୋଇଛି ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ।
ଏହି ହିସାବରେ ଘର ଛାତ ଉପରେ ସୋଲାର ପାନେଲ ଲଗାଯିବ । ଆଉ ମିଳିପାରିବ ମାଗଣା ୩୦୦ ୟୁନିଟ ବିଜୁଳି । ଏନଟିପିସି ଓ ବିଏଚ ଇଏଲ ମିଳିତ ଭାବେ ୧୦୦ ମେଗାଓାଟ ର କମର୍ସିଆଲ ଥର୍ମାଲ ପ୍ଲାଣ୍ଟ ସ୍ଥାପନ କରିବେ । ଏହି ପ୍ଲାଣ୍ଟରେ ଆଡଭାନ୍ସ ଅଲଟ୍ରା ସୁପରକ୍ରିଟିକାଲ ଟେକ୍ନୋଲୋଜୀ ବ୍ୟବହାର କରାଯିବ । ବର୍ତମାନ ସୁଦ୍ଧା ୧.୨୮ କୋଟିରୁ ଅଧିକ ଲୋକେ ଏତିପାଇଁ ପଂଜୀକରଣ କରିସାରିଛନ୍ତି । ୧୪ ଲକ୍ଷ ଆପ୍ଲିକେସନ ମିଳିସାରିଛି । ଏହି ଯୋଜନାରେ ଆପଣଙ୍କର ପ୍ରାୟ ୨ ତୃତୀୟାଂଶ ବିଜୁଳି କମ ହୋଇପାରେ ।
ତେବେ ଏଥିପାଇଁ ଆବେଦନ କରିବାକୁ ପ୍ରଥମେ ଡବ୍ଲୁ ଡବ୍ଲୁ ଡବ୍ଲୁ . ପିଏଣସୂର୍ଯ୍ୟଘର.ଜିଓଭି. ଇନରେ ପଂଜୀକରଣ କରିବାକୁ ହେବ ।
ଏହିକାମ ରାଜ୍ୟ ଓ ବିଦ୍ୟୁତ ବିତରଣ କମ୍ପାନୀ ର ଚୟନ କରି କରିହେବ । ଇଲେକ୍ଟ୍ରିସିଟି କନଜ୍ୟୁମର ନମ୍ବର, ମୋବାଇଲ ନମ୍ବର ଓ ଇମେଲ ଆଇଡି ବି ଦେବାକୁ ହେବ
ଥରେ ପଂଜୀକୃତ ହେବା ପରେ କିଏ ବି କନଜ୍ୟୁମର ନମ୍ବର ଓ ମୋବାଇଲ ନମ୍ବର ଦେଇ ଲଗଇନ କରିପାରିବେ । କଷ୍ଟମର ପୋର୍ଟାଲରେ ଫର୍ମ ଭଲି ରୁଫଟପ ସୋଲାର ପାଇଁ ଆବେଦନ କରାଯାଇପାରେ । ଏହାପରେ ମଂଜୁରୀ ପାଇଁ ଅପେକ୍ଷା କରିବାକୁ ହେବ । ଏହିପରି ଭାବେ ଆପଣ ମାଗଣା ବିଜୁଳି ପାଇଁ ଆବେଦନ କରିପାରିବେ ।