fbpx
BJD SKY
BJD SKY

ଏବେ ରାଜ୍ୟରେ ମାଗଣାରେ ମିଳିବ ବିଦ୍ୟୁତ୍: ପ୍ରତି ମାସରେ ୧ ଟଙ୍କା ଦିଆଯିବ ୧ କିଲୋ ଡାଲି

BJD

ନୂଆଦିଲ୍ଲୀ: ରାଜ୍ୟରେ ପୁରୁଣା ପେନସନ୍ ଯୋଜନାକୁ କିଛି ସର୍ତ୍ତ ସହ ଲାଗୁ କରିବା ସମେତ ଗରିବ ପରିବାରକୁ ପ୍ରତି ମାସରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି ଝାଡ଼ଖଣ୍ଡ କ୍ୟାବିନେଟ୍ । ଜଣେ ଅଧିକାରୀ କହିଛନ୍ତି ଯେ, ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିକାଶ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯିବ । କ୍ୟାବିନେଟ ସଚିବ ବନ୍ଦନା ଦାଦେଲ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହି କମିଟି ଏକ ଏସଓପି ପ୍ରସ୍ତୁତ କରିବ । ଏହାକୁ ଅନୁମୋଦନ ପାଇଁ କ୍ୟାବିନେଟକୁ ପଠାଯିବ ।

୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ :-
ପୁରୁଣା ପେନସନ୍ ଯୋଜନାକୁ ୧ ଏପ୍ରିଲ ୨୦୦୪ ରେ ବନ୍ଦ ହୋଇଯାଇଥିଲା ଏବଂ ଏହାକୁ ଜାତୀୟ ପେନସନ୍ ସିଷ୍ଟମ୍ (ଏନପିଏସ) ଦ୍ୱାରା ବଦଳାଯାଇଥିଲା । ଏହା ବ୍ୟତୀତ ଗରିବଙ୍କ ପାଇଁ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରସ୍ତାବକୁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି । ୨୦୨୨-୨୩ ବଜେଟରେ ସରକାର ଏହାର ଘୋଷଣା କରିଥିଲେ । ଦାଦେଲ କହିଛନ୍ତି ଯେ, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ଏହା ଲାଗୁ ହେବ ।

୧ ଟଙ୍କାରେ ୧ କିଲୋଗ୍ରାମ ଡାଲି:-
ତେବେ କ୍ୟାବିନେଟ୍ ସମୁଦାୟ ୫୫ ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ପ୍ରତ୍ୟେକ ପରିବାରକୁ ମାସକୁ ୧ ଟଙ୍କାରେ ଏକ କିଲୋଗ୍ରାମ ଡାଲ ପ୍ରଦାନ କରିବାର ପ୍ରସ୍ତାବ ମଧ୍ୟ ଏଥିରେ ସାମିଲ ରହିଛି । ଏହା ସହିତ କ୍ୟାବିନେଟ୍ ମଧ୍ୟ ମନରେଗା ମଜୁରୀ ଅଧୀନରେ ଅତିରିକ୍ତ ୨୭ ଟଙ୍କା ଦେବାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଝାଡଖଣ୍ଡର ମନରେଗା ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୨୩୭ ଟଙ୍କା ପାଇବେ ।

Get real time updates directly on you device, subscribe now.