fbpx

ASIର ବଡ଼ ଘୋଷଣା: ଅଗଷ୍ଟ ୫ରୁ ୧୫ ପର୍ଯ୍ୟନ୍ତ ସ୍ମାରକୀ ସ୍ଥଳୀ ଦର୍ଶନ ମାଗଣା

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଅଗଷ୍ଟ ୫ରୁ ୧୫ ତାରିଖ ମଧ୍ୟରେ ଏଏସଆଇ ଦ୍ୱାରା ସଂରକ୍ଷିତ ସ୍ମାରକୀ ସ୍ଥଳୀମାନଙ୍କରେ ପର୍ଯ୍ୟଟକମାନେ ମାଗଣାରେ ଦର୍ଶନ କରିପାରିବେ । ଆଜାଦୀ କା ଅମୃତ ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ଅବସରରେ ଏଏସଆଇ ପକ୍ଷରୁ ଏହି ଘୋଷଣା କରାଯାଇଥିବା ଜଣାପଡ଼ିଛି ।

ଅଗଷ୍ଟ ୫ରୁ ୧୫ ପର୍ଯ୍ୟନ୍ତ ସ୍ମାରକୀ ସ୍ଥଳୀମାନଙ୍କରେ ମାଗଣା ପରିଦର୍ଶନ କରିହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଆଜି ଘୋଷଣା କରିଛନ୍ତି । ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ନେଇ ଉତ୍ସୁକତା ପ୍ରକାଶ ପାଇଛି । କେନ୍ଦ୍ର ସରକାର ଦେଶବାସୀଙ୍କୁ ଗୋଟିଏ ବନ୍ଧନରେ ବାନ୍ଧି ରଖିବା ପାଇଁ ପ୍ରୟାସ କରୁଛନ୍ତି । ଅଗଷ୍ଟ ୨ରୁ ୧୫ ପର୍ଯ୍ୟନ୍ତ ନିଜ ପ୍ରୋଫାଇଲ ପିକଚରରେ ତ୍ରିରଙ୍ଗା ରଖିବାକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅପିଲ କରିଥିଲେ ।

‘ମନ କୀ ବାତ’ କାର୍ଯ୍ୟକ୍ରମରେ ମୋଦୀ ଦେଶବାସୀଙ୍କୁ ଏହି ନିବେଦନ କରିଥିଲେ । ଏଥିସହିତ ଜାତୀୟ ପତାକାର ଡିଜାଇନର ପୀଙ୍ଗାଲି ଭେଙ୍କାୟାଙ୍କୁ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ତ୍ରିରଙ୍ଗା ନିର୍ମାଣ ପାଇଁ ପୀଙ୍ଗାଲିଙ୍କର ଯେଉଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି, ତାହାକୁ ଦେଶ ସର୍ବଦା ମନେ ରଖିବ ବୋଲି ମୋଦୀ କହିଥିଲେ ।

Get real time updates directly on you device, subscribe now.