fbpx

ଟି-୨୦ରେ ଭାରତର ଏହି ସୁପରଷ୍ଟାରଙ୍କ ଜଲୱା: ICC ରାଙ୍କିଙ୍ଗରେ ମାରିଲେ Long Jump

ନୂଆଦିଲ୍ଲୀ: ଆଇସିସି ତରଫରୁ ଜାରି କରାଯାଇଛି ଟି-୨୦ ଫର୍ମାଟର ନୂଆ ତାଜା ରେଟିଙ୍ଗ । ଏହି ନୂଆ ଲିଷ୍ଟରେ ଭାରତର ଜଣେ ସୁପରଷ୍ଟାରଙ୍କ ଦବଦବା ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଧୂଆଁଧାର ଅର୍ଦ୍ଧଶତକ ହାସଲ କରି ସିଧା ରାଙ୍କିଙ୍ଗର ଟପ ପୋଜିସନ ପାଖରେ ପହଞ୍ଚି ଯାଇଛନ୍ତି ଏହି ବିସ୍ଫୋଟକ ବ୍ୟାଟ୍ସମ୍ୟାନ । ଆଇସିସିର ଏହି ନୂଆ ତାଲିକାରେ ଆକାଶର ସୂର୍ଯ୍ୟ ଭଳି ଚମକୁଛନ୍ତି ଟିମ ଇଣ୍ଡିଆର ସୂର୍ଯ୍ୟକୁମାର ଯାଦବ ।

India vs West Indies, 3rd T20I Highlights: Suryakumar Yadav Stars As India  Beat West Indies To Take 2-1 Lead | Cricket News

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ଦମଦାର ଅର୍ଦ୍ଧଶତକ ତାଙ୍କୁ ଦେଇଛି ଏକ ବିଶେଷ ସଫଳତା । ତାଙ୍କର ଏହି ପାଳି ଦଳକୁ ବିଜୟ ଦେବା ସହିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ମଧ୍ୟ ଦେଇଛି ଏକ ଟପ ପୋଜିସନ । ଏକ ଲମ୍ବ ଡିଆଁ ମାରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ସୂର୍ଯ୍ୟକୁମାର । ତେବେ ମାତ୍ର ୨ ପଏଣ୍ଟ ପାଇଁ ପାକିସ୍ତାନର ବାବର ଆଜମଙ୍କ ସେ ପଛରେ ରହିଯାଇଛନ୍ତି । ଏହି ତାଲିକାରେ ୮୧୮ ପଏଣ୍ଟ ସହ ବାବର ପ୍ରଥମ ସ୍ଥାନରେ ରହିଥିବା ବେଳେ ସୂର୍ଯ୍ୟକୁମାର ୮୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ତାନରେ ପହଞ୍ଚିଛନ୍ତି । ତେବେ ସୁର୍ଯ୍ୟଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ଏହି ତାଲିକାର ଟପ୍-୧୦ରେ ସ୍ଥାନ ପାଇନାହାନ୍ତି ।

ୱାର୍ଣ୍ଣର ପାର୍କରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚରେ ମ୍ୟାଚ ୱିନିଙ୍ଗ ପାଳି ଖେଳିଛନ୍ତି ସୂର୍ଯ୍ୟକୁମାର । ୧୬୫ ରନର ପିଛା କରି ମଇଦାନକୁ ଓହ୍ଲାଇଥିଲେ ଟିମ ଇଣ୍ଡିଆ । ଅଧିନାୟକ ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବ ପାଳି ଆରମ୍ଭ କରିଥିଲେ । ଏହି ମ୍ୟାଚରେ ୪୪ ବଲ୍ ଖେଳି ୧୭୨ ଷ୍ଟ୍ରାଇକ ରେଟ୍ ସହ ୭୬ ରନର ଏକ ଧମାକାଦାର ପାଳି ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ । ୭୬ ରନର ଏହି ମହତ୍ତ୍ୱପୂର୍ଣ୍ଣ ପାଳିରେ ୮ଟି ଚୌକା ଏବଂ ୪ଟି ଛକା ସାମିଲ ରହିଥିଲା । ତାଙ୍କର ଏହି ପାଳି ବଳରେ ଟିମ ଇଣ୍ଡିଆ ଏହି ମ୍ୟାଚକୁ ନିଜର କରିପାରିଛି ।

T20 World Cup: KL Rahul, Rohit Sharma, Virat Kohli, Ishan Kishan – who  should open for India?

ଅନ୍ୟ ପକ୍ଷରେ ଭାରତର ପୂର୍ବ ଅଧିନାୟକ ବିରାଟ କୋହଲିଙ୍କୁ ଏକ ବଡ କ୍ଷତି ସହିବାକୁ ପଡିଛି । ଏହି ତାଲିକାରେ ୫୩୯ ପଏଣ୍ଟ ସହ ୨୮ତମ ସ୍ଥାନରେ ଖସି ଆସିଛନ୍ତି ବିରାଟ କୋହଲି । ସେହିପରି ଅଧିନାୟକ ରୋହିତ ଶର୍ମା ୫୯୮ ପଏଣ୍ଟ ସହିତ ତାଲିକାର ୧୬ତମ ସ୍ଥାନରେ ରହିଥିବା ବେଳେ ସାଥୀ ଓପନର ଇଶାନ କିଶାନ ୧୪ ଏବଂ ୨୦ତମ ସ୍ଥାନରେ ରହିଛନ୍ତି କେ.ଏଲ ରାହୁଲ ।

Get real time updates directly on you device, subscribe now.