fbpx

ଖୁସିଖବର; ଆଉ ୪ ମାସ ବଢ଼ିଲା ଅନ୍ନ ଯୋଜନା, କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଗରିବ ଲୋକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଆଉ ୪ ମାସ ବଢ଼ିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଅର୍ଥାତ୍ ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାସନ ମିଳିବ । ଅନ୍ନ ଯୋଜନ ଅବଧି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । କ୍ୟାବିନେଟ୍ ମଞ୍ଜୁରୀ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ତେବେ ନଭେମ୍ବର ମାସରେ ମାଗଣା ରାସନ ଯୋଜନା ଶେଷ ହେବାକୁ ଯାଉଥିଲା । ଆଉ ୮ ମାସ ମାଗଣା ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.