fbpx
BJD SKY
BJD SKY

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ୍ ଯୋଜନା, ଆସନ୍ତୁ ଜାଣିବା ବିଜେପି ‘ସଂକଳ୍ପ ପତ୍ର’ରେ ଆଉ କ’ଣ ରହିଛି ଖାସ୍

BJD

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାର ନାଁ ରହିଛି ‘ସଂକଳ୍ପ ପତ୍ର’ । ଏହି ସଂକଳ୍ପ ପତ୍ରର ଥୀମ୍ ହେଉଛି ‘ମୋଦୀଙ୍କ ଗ୍ୟାରେଣ୍ଟି – ବିକଶିତ ଭାରତ ୨୦୪୭’ । ଏହି ସଂକଳ୍ପ ପତ୍ର ମାଧ୍ୟମରେ ବିଜେପି ଦେଶବାସୀଙ୍କୁ ୧୪ଟି ଗ୍ୟାରେଣ୍ଟି ଦେବାର ପ୍ରତିଶ୍ରୁତି ଦେଇଛି । ଏହି ସଂକଳ୍ପ ପତ୍ର ବିକଶିତ ଭାରତର ୪ଟି ମଜବୁତ ସ୍ତମ୍ଭ ଯୁବ ଶକ୍ତି, ନାରୀ ଶକ୍ତି, ଗରିବ ଏବଂ କୃଷକମାନଙ୍କୁ ସଶକ୍ତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ସଂକଳ୍ପ ପତ୍ର ଅନ୍ତର୍ଗତ କ’ଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ:

୧. ମାଗଣା ରାସନ୍ ଯୋଜନା: ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ୍ ଯୋଜନା ଜାରି ରହିବ । ଏହା ସହ ଗରିବର ଭୋଜନ ଥାଳି ପୋଷଣ ଯୁକ୍ତ, ମନକୁ ସନ୍ତୋଷ ପ୍ରଦାନ କରୁଥିବା ଏବଂ ସୁଲଭ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୨. ୩ କୋଟି ଲୋକଙ୍କୁ ମିଳିବ ପକ୍କା ଘର: ବିଜେପି ସରକାର ଗରିବଙ୍କ ପାଇଁ ୪ କୋଟି ପକ୍କା ଘର ନିର୍ମାଣ କରି ଦେଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅତିରିକ୍ତ ସୂଚନାକୁ ଧ୍ୟାନରେ ରଖି ଗରିବ ପରିବାର ପାଇଁ ଆହୁରି ୩ କୋଟି ଘର ନିର୍ମାଣ କରିବାର ସଂକଳ୍ପ ନେଇ ଆଗକୁ ବଢ଼ିବୁ । ପୂର୍ବରୁ ଆମେ ଘରେ ଘରେ ଶସ୍ତା ସିଲିଣ୍ଡର ପହଞ୍ଚାଉଥିଲୁ । ବର୍ତ୍ତମାନ ପାଇପ୍ ଯୋଗେ ଘରେ ଘରେ ଶସ୍ତାରେ ରନ୍ଧନ ଗ୍ୟାସ୍ ପହଞ୍ଚାଇବା ଦିଗରେ ଶୀଘ୍ର କାର୍ଯ୍ୟ କରିବୁ । ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ । ବଳକା ବିଜୁଳିର ପଇସା ମଧ୍ୟ ମିଳିବ । ‘ମୁଦ୍ରା ଯୋଜନା’ ଅଧିନରେ ଅର୍ଥ ରାଶିକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରାଯିବ ।

୩. ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା: ବିଜେପି ସଂକଳ୍ପ ନେଇଛି କି ୭୦ ବର୍ଷ ଆୟୁରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଗରିବ, ମଧ୍ୟମ ବର୍ଗ କିମ୍ବା ଉଚ୍ଚ ବର୍ଗର ପ୍ରତ୍ୟେକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବ ।

୪. ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା: ‘ସବକା ସାଥ୍‌, ସବକା ବିକାଶ’ ସଂକଳ୍ପ ନେଇ ବିଜେପି ଦେଶବାସୀଙ୍କ ସେବା କରିବା ପାଇଁ ଆଗେଇ ଆସିଛି । ୧୦ ବର୍ଷରେ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ସୁବିଧା ପ୍ରଦାନ କରାଯାଇଛି । ଦିବ୍ୟାଙ୍ଗ ସାଥିଙ୍କ ପାଇଁ ପିଏମ୍ ଆବାସ୍ ଯୋଜନାକୁ ଗୁରୁତ୍ୱ ଦିଆଯିବ । ସେମାନଙ୍କ ବିଶେଷ ଆବଶ୍ୟକତା ଆନୁଯାୟୀ ଆବାସ ପାଇବା ସୁନିଶ୍ଚିତ କରିବା ଦିଗରେ ସ୍ୱତନ୍ତ୍ର କାର୍ଯ୍ୟ କରାଯିବ ।

୫. ବନ୍ଦେ ଭାରତ ଟ୍ରେନର ବିସ୍ତାର: ଦେଶର କୋଣ ଅନୁକୋଣରେ ବନ୍ଦେ ଭାରତ ଟ୍ରେନର ବିସ୍ତାର କରାଯିବ । ଦେଶରେ ବନ୍ଦେ ଭାରତର ୩ଟି ମଡେଲ ଚଳାଚଳ କରିବ ଯଥା ବନ୍ଦେ ଭାରତ ସ୍ଲିପର, ବନ୍ଦେ ଭାରତ ଚେୟାର କାର ଏବଂ ବନ୍ଦେ ଭାରତ ମେଟ୍ରୋ ।

୬. ତାମିଲ ଭାଷାକୁ ଗୁରୁତ୍ୱ: ଦେଶର ସବୁଠାରୁ ପୁରୁଣା ଭାଷା ହେଉଛି ତାମିଲ । ଏହା ଆମ ଗୌରବ । ତେଣୁ ତାମିଲ ଭାଷାର ବିଶ୍ୱସ୍ତରୀୟ ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ ବିଜେପି ଦେଶରେ ତିରୁଭଲ୍ଲୁୱର ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରିବ ।

୭. କୃଷକଙ୍କ ପାଇଁ ସୁବିଧା: ଏହା ବ୍ୟତୀତ ଗାଁର ପୂର୍ଣ୍ଣ ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଶୁ ପାଳନ, ମାଛ ଚାଷ, କ୍ଷେତ୍ରରେ କୃଷକଙ୍କୁ ସଶକ୍ତ କରାଯିବ । କୃଷକ ସମ୍ମାନ ନିଧି ଅନ୍ତର୍ଗତ ଦେଶର ପ୍ରାୟ ୧୦ କୋଟି କୃଷକ ଲାଭାନ୍ୱିତ ହୋଇପାରିବେ ।

 

Get real time updates directly on you device, subscribe now.