fbpx

୨୫୧ ଟଙ୍କାରେ ଦେଇଥାନ୍ତେ Freedom ସ୍ମାର୍ଟଫୋନ୍; ୫ ବର୍ଷ ପରେ ପୁନର୍ବାର ପୋଲିସ କବଳରେ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଳୀ: ୫ ବର୍ଷ ପୂର୍ବରୁ ୨୫୧ ଟଙ୍କାରେ ଫ୍ରୀଡମ ସ୍ମାର୍ଟଫୋନ ଯୋଗାଇବା ନେଇ ଏକ ଘୋଷଣା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ଘୋଷଣାଟି ଧୂଆଁବାଣ ବୋଲି ପ୍ରମାଣିତ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୋହିତ ଗୋୟଲକୁ ପୋଲିସ ଗିରଫ କରିଥିବା ବେଳେ ୫ ବର୍ଷ ହେବ ଏହି ମାମଲାଟି ଥଣ୍ଡା ପଡି ଯାଇଥିଲା । ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମୋହିତ ଗୋୟଲ ପୁନର୍ବାର ପୋଲିସ ଜାଲରେ ପଡିବା ସହିତ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏହି ଅଭିଯୁକ୍ତ । ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଧମକ ଦେବା ଅଭିଯୋଗରେ ପୋଲିସ ମୋହିତ ସମେତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏକ ବର୍ଷ ହେବ ଏହି ତିନି ଜଣ ମହିଳାଙ୍କୁ ଧମକାଉଥିବା ନେଇ ଅଭିଯୋଗ ହୋଇଛି । ଏହି ନାବାଳିକା ଦୁଷ୍କର୍ମ ପୀଡିତା ଜଣଙ୍କ ଅଗଷ୍ଟ ୨୦୨୦ରେ ଏନେଇ ଦ୍ୱାରିକା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ବିକାଶ ମିତ୍ତଲ ନାମକ ଜଣେ ଅପରାଧୀକୁ ଗିରଫ ମଧ୍ୟ କରିଥିଲା । ତେବେ ପରବର୍ତ୍ତୀ ସମୟରେ ପୁଣି ଧମକ ମିଳିବାରୁ ପୋଲିସ ପକ୍ଷରୁ ମାମଲାର ତଦନ୍ତ କରାଯାଇଥିଲା । ଶେଷରେ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଉଲ୍ଲେଖଯୋଗ୍ୟ ଯେ, ମୋହିତ ଗୋୟଲ ୨୦୧୬ରେ ଡିଜିଟାଲ ଇଣ୍ଡିଆ ଅଧୀନରେ ଫ୍ରୀଡମ ୨୫୧ ସ୍ମାର୍ଟଫୋନ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହାପରେ ମୋହିତଙ୍କ ନାମରେ ୪୮ଟି ଧୋକାଦାରୀ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସେ ଜାମିନରେ ବାହାରିଥିଲେ ।

Get real time updates directly on you device, subscribe now.