fbpx

ଧୋକାବାଜ ମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ; ଡିଭୋର୍ସ ପରେ ପୂର୍ବତନ ପ୍ରେମିକଙ୍କ ଟାର୍ଗେଟରେ ସାମନ୍ଥା

ନୂଆଦିଲ୍ଲୀ: ଏକଦା ରୂପେଲି ପରଦାର ଏହି ଯୋଡି ପରସ୍ପରକୁ ପ୍ରେମ କରୁଥିଲେ । ପରସ୍ପର ସହ ସମ୍ପର୍କକୁ ଉଭୟ ଖୋଲାଖୋଲି ଘୋଷଣା କରିନଥିବା ବେଳେ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇଯାଇଥିଲେ । ଉଭୟ ବିବାହ ମଧ୍ୟ କରିଥିଲେ । ଆମେ କଥା ହେଉଛେ ଅଭିନେତା ସିଦ୍ଧାର୍ଥ ନାରାୟଣନ ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କ ବିଷୟରେ । ସିଦ୍ଧାର୍ଥ ଓ ସାମନ୍ଥା ପରସ୍ପରକୁ ଡେଟ କରୁଥିବା ବେଳେ ସମ୍ପର୍କ ଆଗକୁ ବଢିନଥିଲା । ସାମନ୍ଥା ନାଗା ଚୈତନ୍ୟଙ୍କୁ ବିବାହ କରିଥିବା ବେଳେ ଉଭୟ ନିଜ ନିଜ ଜୀବନରେ ଆଗକୁ ବଢିଥିଲେ ।
ମାତ୍ର ୪ ବର୍ଷ ପରେ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଛନ୍ତି ସିଦ୍ଧାର୍ଥ । ଅକ୍ଟୋବର ୨ ତାରିଖରେ ସାମନ୍ଥାଙ୍କୁ ଇଙ୍ଗିତ କରି ଏକ ଟ୍ୱିଟ କରିଥିଲେ ସିଦ୍ଧାର୍ଥ । ସ୍କୁଲରେ ପଡିଥିବା ବେଳେ ମୋ ଶିକ୍ଷକଙ୍କ ଠାରୁ ମିଳିଥିବା ପ୍ରଥମ ଶିକ୍ଷା ହେଉଛି ‘ ଧୋକାବାଜ ମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ’ । ଆପଣଙ୍କ ପ୍ରଥମ ଶିକ୍ଷା କଣ ବୋଲି ଲେଖିଥିଲେ ସିଦ୍ଧାର୍ଥ । ତେବେ ଏହା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏବଂ ଅନ୍ୟ କାହା ଉଦ୍ଦେଶ୍ୟରେ ସେ ଏହି ପୋଷ୍ଟ ଲେଖି ନାହାନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ । ଆସନ୍ତା ୧୪ ତାରିଖରେ ରିଲିଜ ହେବାକୁ ଯାଉଛି ସିଦ୍ଧାର୍ଥଙ୍କ ତେଲୁଗୁ ଫିଲ୍ମ ମହାସମୁଦ୍ରମ । ଏହି ଫିଲ୍ମଟିର ପ୍ରମୁଖ ବିଷୟ ପ୍ରେମ ଓ ଧୋକା ରହିଥିବାରୁ ସେ ଏପରି ଲେଖିଛନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ ।

Get real time updates directly on you device, subscribe now.