ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଫିଲ୍ମ ଷ୍ଟାଇଲର ଅପହରଣ ଘଟଣାର ଆରମ୍ଭ ହୋଇଛି ସିନ୍ ରିକ୍ରିଏସନ୍ । ତେବେ ଏହି ଘଟଣାରେ ଲକ୍ଷ୍ମୀସାଗରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ଇଶାନ ଅଗ୍ରୱାଲଙ୍କୁ ଏକ କାରରେ କିଛି ଦୁର୍ବୃତ୍ତ କିଡନ୍ୟାପ୍ କରିବା ସହ ୩୦ ଲକ୍ଷ ଟଙ୍କା ମାଗିଥିଲେ । ଏହି ଘଟଣାରେ ପୋଲିସ ଏକ ୧୯ ଜଣିଆ ସ୍ପେଶାଲ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା ।
ତେବେ ଏହି ଫିଲ୍ମ ଷ୍ଟାଇଲର ଅପହରଣର ସୂତ୍ରଧର ହେଉଛନ୍ତି ଈଶାନଙ୍କ ଜଣେ ବନ୍ଧୁ । ଉକ୍ତ ବନ୍ଧୁଙ୍କ ନାମ ହେଉଛି ଧନେଶ୍ୱର ପାତ୍ର, ଯେ କି ଗତ କିଛିଦିନ ଧରି ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ମାଷ୍ଟରମାଇଣ୍ଡ ଧନେଶ୍ୱର ୪ ଜଣ ସାଙ୍ଗଙ୍କ ସହ ମିଶି ଈଶାନଙ୍କୁ ଅପହରଣ କରିଥିଲେ । ତେବେ ବର୍ତ୍ତମାନ ଅପରାଧୀମାନେ ଧରାପଡ଼ିଥିଲେ ହେଁ ଅପହର୍ତ୍ତାଙ୍କ ପୁରୁଣା ରେକର୍ଡ ଖୋଲୁଛି ପୋଲିସ । ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ଡିସିପି ଉମାଶଙ୍କର ଦାଶ ।
ସୂଚନାଯୋଗ୍ୟ ଯେ, ଅଭିଯୋଗ ହେବା ପରେ ପୋଲିସ ପ୍ରଥମେ ଈଶାନଙ୍କୁ ଅପହରଣ କରାଯାଇଥିବା ଓମଫେଡ୍ ବୁଥ ନିକଟରୁ ସ୍କୁଟି ଜବତ କରିଥିଲା । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଓ ଅପହର୍ତ୍ତାଙ୍କ କଲକୁ ଟ୍ରାକିଂ କରି ପୋଲିସ ସେମାନଙ୍କ ନିକଟରେ ପହଞ୍ଚିଥିଲା । ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇବାକୁ ପୂର୍ବରୁ କିଛିଦିନ ଧରି ଯୋଜନା କରୁଥିଲେ । ଅପରାଧୀମାନେ ଉକ୍ତ ଓମଫେଡ୍ ବୁଥକୁ ନିୟମିତ ଆସୁଥିଲେ । ।