fbpx

ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ; ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଚାନ୍ଦବାଲି: (ଓଡ଼ିଶା ଭାସ୍କର) ସବୁ ବେଳେ ମୋବାଇଲେ ଦୁଇ ସାଙ୍ଗ ମିଶି ଦେଖନ୍ତିୁ । କିନ୍ତୁ ସେହି ସାଙ୍ଗ ଯେ ସାଙ୍ଗର ଜୀବନ ନେବ କିଏ ବା ଜାଣିଥିଲା । ମୋବାଇଲ ପାଇଁ ଜୀବନ ନେଇଗଲା ସାଙ୍ଗର । ମୋବାଇଲ ପାଇ ସାଙ୍ଗ ଯେ କଣ କେତେ ବେଳେ କରେ ତାହାର ଜ୍ୱଳନ୍ତା ଉଦ୍ଧାର ହରଣ ଆପଣ ମାନେ ଦେଖିପାରୁଥିଲେ । ଦୁଇ ଦିନ ନିଖୋଜ ପୁଅ ଆଉ ଆଜି ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିନସ୍ଥ ମାଧପୁର ନଟିଆ ଜୋରରୁ କ୍ଷତବିକ୍ଷତ ଅବସ୍ଥାରେ ପୁଅର ମୃତଦେହ ପାଇଥିଲେ ପରିବାର ଲୋକେ । ବାପା ମା’ ପୁଅର ମୃତ୍ୟୁ ଖବର ଶୁଣି ପୁରା ଭାଙ୍ଗିପଡିଛନ୍ତି । ଅଣଖାସାହିର ଶ୍ରୀକାନ୍ତ ଦାସ ର ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ତେବେ ପୁଅକୁ ମାରିଦେଇଥିବା ର ଚାନ୍ଦବାଲି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ମୋବାଇଲ କୁ ନେଇ ମୃତ ଯୁବକ ସୁକାନ୍ତ ଦାସ ଓ ସେହି ଗାଁର ଜୟଦେବ ଦାସ ଭିତରେ ଶତ୍ରୁତା ଥିଲା । ଜୟଦେବ ଙ୍କ ମୋବାଇଲ ସୁକାନ୍ତ ଭାଙ୍ଗିଥିବାରୁ ତାଙ୍କୁ ମୋବାଇଲ ବାବଦ ଟଙ୍କା ଦେଉନଥିଲା । ଏହି ଘଟଣାରେ ରାଗିଯାଇ ଜୟଦେବ କାଠ ଫାଳିଆରେ ସୁକାନ୍ତ କୁ ମାଡ଼ ମାରିବା ସହ ଜୀବନରୁ ମାରିଦେଇଥିଲା, ପରେ ଟାଣି ଟାଣି ଶବକୁ ନଟିଆ ଜୋର ରେ ପୋତି ଦେଇଥିଲା । ପୋଲିସ ହତ୍ୟାରେ ବ୍ୟବହାର ହୋଇଥିବା କାଠ ଫାଳିଆ ଜବତ କରିବା ସହ ଜୟଦେବ ଦାସ କୁ ଗିରଫ କରିଛି । ଗତ ୧୩ ତାରିଖ ରାତିରେ ସୁକାନ୍ତ ଦାସ ଘରୁ ଆସିଥିଲେ, ହେଲେ ଆଉ ଘରକୁ ଫେରିନଥିଲେ । ଗତକାଲି ସକାଳୁ ଗାଁ ପାଖ ନଟିଆ ଜୋରରେ ସୁକାନ୍ତଙ୍କ ମୃତଦେହ ଭାସୁଥିବା ର ଲୋକ ଦେଖିବାକୁ ପାଇ ପୋଲିସ କୁ ଖବର ଦେଇଥିଲେ ।

Get real time updates directly on you device, subscribe now.