fbpx

କୁକୁର ଏବଂ ନେଉଳଙ୍କ ବନ୍ଧୁତ୍ୱ: ସଂପର୍କ ନିସ୍ୱାର୍ଥପରତାର, ସଂପର୍କ ଭଲପାଇବାର…

ସଂପର୍କ ବନ୍ଧୁତ୍ୱର, ଭଲପାଇବାର, ହଁ ଆଜ୍ଞା ଏହି ନିସ୍ୱାର୍ଥପର ସଂପର୍କଟିଏ ଗଢି ଉଠିଛି ପୁଣି ଦୁଇଟି ପଶୁଙ୍କ ମଧ୍ୟରେ । କେବଳ ଦୁହିଁଙ୍କ ଭିତରେ ଭରପୁର ରହିଛି । ଶକ୍ତି କେବଳ ଶତ୍ରୁଙ୍କ ପାଇଁ, ନିଜକୁ ରକ୍ଷା କରିବା ପାଇଁ  । କିନ୍ତୁ ବାକି ଏହି ଜୀବମାନଙ୍କ ମଧ୍ୟରେ ଭରି ହୋଇ ରହିଛି କେବଳ ସ୍ନେହ ଭରା ଭଲପାଇବା । ଯାହାର ଉଦାହରଣଟିଏ ଦେଖନ୍ତୁ । କିଭଳି ଏହି ନେଉଳ ଏବଂ କୁକୁରଟିଏ ଭିତରେ ଗଢି ଉଠିଛି ମଧୁର ସଂପର୍କ ।

କୁକୁର ନେଉଳ ଖୁବ ମଜାରେ ଖେଳୁଛନ୍ତି । ତାଙ୍କ ଭିତରେ ନାଁ ଅଛି କ୍ରୋଧ, ରାଗ, ନା ନିଜ ବଳର ଅହଙ୍କାର, ନାଁ ଅଛି କିଛି ଅଭିମାନ ସ୍ୱାଭିମାନ । ଭରି ରହିଛି କେବଳ ନିସ୍ୱାର୍ଥପର ବନ୍ଧୁତ୍ୱର ସେହି ଭଲପାଇବା । ଏହି ଦୃଶ୍ୟକି ଦେଖିଲେ ଆମେ କହିପାରିବା, ଏହା କୌଣସି ନୂଅ କଥା ନୁହେଁ କିମ୍ବା ପ୍ରଥମଥର ପାଇଁ ଏମିତି କିଛି ଦୃଶ୍ୟ ଆମେ ମାନେ ଦେଖିନାହୁଁ । ଆଗରୁ ମଧ୍ୟ ଏମିତି ଅନେକ କିଛି ଦୃଶ୍ୟ ଆମ ସାମ୍ନାକୁ ଆସିଛି । ହେଲେ ପଶୁ ଦୁଇଟା ହେଲେ ବି ତାଙ୍କ ମଧ୍ୟରେ ନାହିଁ ସେହି ବାଦ ବିବାଦ, ହିଂସା, ଅହଙ୍କାର ନା କୌଣସି କପଟ ।

ହଁ ଆଜ୍ଞା ଯେଉଁଠି ଭଗବାନଙ୍କ ସୃଷ୍ଟିର ସବୁଟାରୁ ବୁଦ୍ଧିଆ ଜୀବ ମଣିଷ ଆଜି ଏସବୁ ଭାବନାକୁ ପାସୋରି ଦେଇ ସାରିଲାଣି । କହିପାରିବା କେବଳ ଅହଂକାର ଏବଂ ସ୍ୱାର୍ଥର ନିଆଁରେ ଜଳୁଛି ଆଜି ପୁରା ମଣିଷ ସମାଜ । ସେଠାରେ ଏବଳି କୁକୁର ନେଉଳଙ୍କ  ବନ୍ଧୁତ୍ୱର ଦୃଶ୍ୟ ହୁଏତ କିଛି କ୍ଷଣ ପାଇଁ ମଣିଷ ମନରେ ଭଲପାଇବାର ସେହି ଛାପ ଛାଡି ଦେଇପାରେ ।

Get real time updates directly on you device, subscribe now.