fbpx

ଦର୍ଶକଙ୍କ ପ୍ରିୟ ହେବାରେ ଲାଗିଛି ଫିଲ୍ମ କାନ୍ତାରା, ବକ୍ସ ଅଫିସରେ ଜଲଓ୍ଵା ଜାରି

ନୂଆଦିଲ୍ଲୀ: ରିଷଭ ସେଟ୍ଟୀଙ୍କ ନିର୍ଦ୍ଦେଶିତ କନ୍ନଡ ଫିଲ୍ମ କାନ୍ତାରା କେବଳ ଦକ୍ଷିଣ ଭାରତ ନୁହେଁ ପୂରା ବିଶ୍ଵରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସହିତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରିଷଭଙ୍କ ଅଭିନୟ ଚତ୍ମକାର ରହିଛି। ବ୍ଲକବଷ୍ଟର ହିଟ୍ କେଜିଏଫ ଫ୍ରାଞ୍ଚାଇଜି ଫିଲ୍ମର ନିର୍ମାତା ହୋମ୍ବାଲେ ଫିଲ୍ମ କାନ୍ତାରାର ନିର୍ମାଣ କରିଛି।

କାନ୍ତାରାକୁ କେବଳ ସିନେ ବିଶ୍ଳେଷକ ନୁହନ୍ତି ବରଂ ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଫିଲ୍ମର ଅଭିନବ କଣ୍ଟେଣ୍ଟ ଏବଂ ସିନେମାଟୋଗ୍ରାଫିକୁ ଖୁବ୍ ପସନ୍ଦ କରାଯାଉଛି। ନିର୍ଦ୍ଦେଶନା ତଥା ଅଭିନୟକୁ ନେଇ ଆଗାମୀ ସମୟରେ ଏମିତି ଫିଲ୍ମ ତିଆରି କରିବାକୁ ଦାବି ଉଠିଛି। ଏହା ଏକ ସାଂସ୍କୃତିକ ଡ୍ରାମା ଫିଲ୍ମ, ଯାହା ଏକ ଖାସ୍ ସଂସ୍କୃତି ସଂପର୍କିତ କାହାଣୀକୁ ମଜାଦାର ଶୈଳୀରେ ଉପସ୍ଥାପନ କରାଯାଇଛି।

ରିଲିଜର ୧୧ତମ ଦିନରେ ବକ୍ସ ଅଫିସରେ କାନ୍ତାରର ଆୟ
ସେପ୍ଟେମ୍ବର ୩୦ରେ କେବଳ କନ୍ନଡ ଭାଷାରେ ରିଲିଜ୍ ହୋଇଥିବା କାନ୍ତାରା ପ୍ରଥମ ଦିନରେ ୧.୯୫ କୋଟି ଟଙ୍କାର ଆୟ କରିଥିଲା। ଏହା ପରେ ଦର୍ଶକ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଆଉ ଫିଲ୍ମର ଆୟ ଲଗାତାର ବଢିବାରେ ଲାଗିଲା। ପ୍ରଥମ ଓ୍ଵିକେଣ୍ଡ ପରିବର୍ତ୍ତେ ରିଲିଜର ଦ୍ଵିତୀୟ ଓ୍ଵିକେଣ୍ଡରେ ଫିଲ୍ମ ଦମଦାର ଆୟ କରିବାରେ ଲାଗିଛି। ଆସନ୍ତୁ ଜାଣିବା ୧୧ତମ ଦିନ ପର୍ଯ୍ୟନ୍ତ ଫିଲ୍ମ କାନ୍ତାରାର ଆୟ।

ଡେ ୧- ୧.୯୫ କୋଟି ଟଙ୍କା
ଡେ ୨- ୨.୬୫ କୋଟି ଟଙ୍କା
ଡେ ୩- ୪.୯ କୋଟି ଟଙ୍କା
ଡେ ୪- ୩.୭ କୋଟି ଟଙ୍କା
ଡେ ୫- ୫ କୋଟି ଟଙ୍କା
ଡେ ୬- ୭.୧ କୋଟି ଟଙ୍କା
ଡେ ୭- ୫ କୋଟି ଟଙ୍କା
ଡେ ୮- ୫.୮ କୋଟି ଟଙ୍କା
ଡେ ୯- ୮.୧୫ କୋଟି ଟଙ୍କା
ଡେ ୧୦- ୯.୬୪ କୋଟି ଟଙ୍କା
ଡେ ୧୧- ୩.୫୦ କୋଟି ଟଙ୍କା
ମୋଟ୍ ଆୟ- ୫୭.୧୧ କୋଟି ଟଙ୍କା

Get real time updates directly on you device, subscribe now.