fbpx

ତୃତୀୟ ମ୍ୟାଚରେ ଟସ ଜିତି ଭାରତର ବୋଲିଂ: ପୁଣି ବଦଳିଲେ ଆଫ୍ରିକାର ଅଧିନାୟକ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଫାଇନାଲ ମ୍ୟାଚରେ ଟସ ଜିତିଛି ଟିମ ଇଣ୍ଡିଆ । ତେବେ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦଳର ଅଧିନାୟକ ଶିଖର ଧୱନ । ଉଭୟ ଦଳ ସିରିଜ ବିଜୟ ଲକ୍ଷ୍ୟରେ ଖେଳିବାକୁ ଯାଉଛନ୍ତି । ପ୍ରଥମ ଦୁଇଟି ମ୍ୟାଚ ପରେ ସିରିଜ ୧-୧ରେ ବରାବର ଥିବା ବେଳେ ଏହି ମ୍ୟାଚକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ତେବେ ଲଗାତାର ତୃତୀୟ ମ୍ୟାଚରେ ତୃତୀୟ ଅଧିନାୟକ ପାଇଛି ସାଉଥ ଆଫ୍ରିକା । ଏହି ମ୍ୟାଚରେ ଡାଭିଡ ମିଲର ଦଳର ନେତୃତ୍ୱ ନେଇଛନ୍ତି ।

ବର୍ଷା ଯୋଗୁଁ ବିଳମ୍ବରେ ତୃତୀୟ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ତେବେ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତର ଅଧିନାୟକ ଶିଖର ଧୱନ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ବିନା ମଇଦାନକୁ ଓହ୍ଲାଇଛନ୍ତି ଶିଖର । ତେବେ ସାଉଥ ଆଫ୍ରିକା ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଏପରିକି ଦଳର ଅଧିନାୟକ ମଧ୍ୟ ବଦଳି ଯାଇଛନ୍ତି । ପ୍ରଥମ ମ୍ୟାଚରେ ତେମ୍ବା ବାଭୁମା ନେତୃତ୍ୱ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କେଶବ ମହାରାଜ ଏବଂ ତୃତୀୟ ମ୍ୟାଚରେ ଡାଭିଡ ମିଲରଙ୍କ ଅଧିନାୟକ ଭାର ମିଳିଛି ।

ସିରିଜରେ ଉଭୟ ଦଳ ୧-୧ରେ ବରାବର ରହିଥିବା ବେଳେ ଏହି ମ୍ୟାଚରେ ବିଜୟଲାଭ କରି ସିରିଜ ହାତେଇବା ପାଇଁ ଚେଷ୍ଟା କରିବ ଟିମ ଇଣ୍ଡିଆ । ସାଉଥ ଆଫ୍ରିକା ମଧ୍ୟ ଏହି ଲକ୍ଷ୍ୟରେ ମଇଦାନକୁ ଓହଲାଇବ । ତେବେ ଟିମ ଇଣ୍ଡିଆର ଅନେକ ଖେଳାଳିଙ୍କ ଉପରେ ନଜର ରଖିବ ବିସିସିଆଇ ।

Get real time updates directly on you device, subscribe now.