fbpx

ଏବେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବା ହୋଇଯିବ ସମ୍ପୂର୍ଣ୍ଣ ମାଗଣା, ଏହି ସରକାରୀ ଆପ୍ କରିବ ପୂର୍ଣ୍ଣ ସହଯୋଗ

ନୂଆଦିଲ୍ଲୀ: Diksha ଆପ୍ ଡିଜିଟାଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଓ ପିଏମ୍ ଇ-ବିଦ୍ୟା ପ୍ରୋଗ୍ରାମ ଅଧୀନରେ ଭାରତ ସରକାରଙ୍କ ପକ୍ଷରୁ ପିଲାମାନଙ୍କ ଅନଲାଇନ୍ ପାଠ ପଢ଼ାକୁ ନେଇ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଯଦ୍ୱାରା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପିଲାମାନେ କୋଭିଡ୍ କାଳରେ ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ବସି ଶିକ୍ଷା ଗ୍ରହଣ କରିପାରିବେ । ଏହିସବୁ ଆପ୍ ଜରିଆରେ NCERT, CBSE ଏବଂ ଷ୍ଟେଟବୋର୍ଡ ର ପାଠପଢ଼ା କରି ପାରିବେ ।

• Diksha ଆପ୍ ନାମରେ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଯାହା ଜରିଆରେ ପିଲାମାନେ ନିଜ ଆଣ୍ଡ୍ରଏଡ୍ ଫୋନ୍ ମାଧ୍ୟମରେ ଘରେ ନିଜ ବହିରେ ଥିବା ପାଠ ପଢି ପାରିବେ । ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ ।

• ଏହି ଆପ୍ ରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ମୋବାଇଲ୍ ରେ କରିପାରିବେ । ତେବେ ଏଥିରେ ଆଗାମୀ ଭବିଷ୍ୟତରେ ଉଚ୍ଚ ଶିକ୍ଷା ସମ୍ପର୍କିତ ପାଠ୍ୟପୁସ୍ତକ ସବୁ ଉପଲବ୍ଧ କରାଯିବ । ଏଥିରେ ପ୍ରାୟ ସବୁ ବୋର୍ଡର ପାଠ ଉପଲବ୍ଧ କରାଯାଇଛି । ତେଣୁ ଆପଣ ଭାରତରେ ଯେଉଁଠି ଥିଲେ ମଧ୍ୟ ପାଠ ପଢ଼ିପାରିବେ ।

• Diksha ଆପ୍ ରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ ଓ ମରାଠୀ ଭାଷାରେ ପାଠ ପଢ଼ାଯାଉଛି । ଏହା ବ୍ୟତୀତ ଭାରତର ପ୍ରାୟ ଅନେକ ଶିକ୍ଷକ ଏଥିରେ ଯୋଡି ହୋଇଛନ୍ତି । ଏହି ଆପ୍ ସାହାଯ୍ୟରେ ପିଲାମାନେ ଷ୍ଟଡି ମ୍ୟାଟେରିଆଲ୍ ଡାଉନଲୋଡ୍ କରି ପଢ଼ି ପାରିବେ ।

Get real time updates directly on you device, subscribe now.