fbpx

ସେପ୍ଟେମ୍ବର ୧୭ ତାରିଖରୁ ସୁଭଦ୍ରା ଯୋଜନା… ଆରମ୍ଭ ହେବ ମହିଳାଙ୍କ ବିକାଶର ଧାରା

Advertisement

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କ ପାଇ ଏହି ଯୋଜନାର ଶୁଭାରମ୍ଭ ହେବ । ଏ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘୋଷଣା କରିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଆସି ମହିଳାଙ୍କ ବିକାଶ ନିମନ୍ତେ ଏହି ଯୋଜନାର ଶୁଭାରମ୍ଭ କରିବେ । ଦିଲ୍ଲୀର ଏକ ସଭାରେ ଯୋଗ ଦେଇ ୫ ଲକ୍ଷ ମହିଳାଙ୍କ ଉପସ୍ତସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲିବ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Get real time updates directly on you device, subscribe now.