fbpx

ବିମାନବନ୍ଦରରେ Full Emergency: ଫ୍ଲାଇଟରେ ଲାଗିଗଲା ନିଆଁ, ୧୭୫ ଯାତ୍ରୀଙ୍କ ଜୀବନ…

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଆଜି ସନ୍ଧ୍ୟା ସମୟରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ଏହାସହିତ ଏୟାରପୋର୍ଟରେ ଫ୍ଲାଇଟ ଅପରେସନକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ସନ୍ଧ୍ୟା ୫.୫୨ ସମୟରେ ଦିଲ୍ଲୀ-ବେଙ୍ଗଲୁରୁ ଫ୍ଲାଇଟ(୮୦୭) ପାଇଁ ଜୁରରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପାଇଲଟଙ୍କ ଏସି ୟୁନିଟରେ ନିଆଁ ଲାଗିଯିବା ନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଖବର ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ବିମାନ ସଠିକ ଭାବରେ ଲ୍ୟାଣ୍ଡ କରିଥିବା ବେଳେ ବିମାନ ଭିତରେ ଥିବା ୧୭୫ ଜଣ ଯାତ୍ରୀ ମଧ୍ୟ ସୁରକ୍ଷିତ ରହିଛନ୍ତି ।

ସୂଚନା ଅନୁସାରେ, ଯାତ୍ରୀମାନଙ୍କୁ ବେଙ୍ଗଲୁରୁ ପଠାଇବା ପାଇଁ ଅନ୍ୟ ବ୍ୟବସ୍ଥା କରାଯାଉଛି । ତେବେ ଏ ନେଇ ଦିଲ୍ଲୀ ଫାୟାର ସର୍ଭିସ ଅଧିକାରୀ କହିଛନ୍ତି ଯେ, ସନ୍ଧ୍ୟା ୬.୧୫ ସମୟରେ ଆଇଜିଆଇ ବିମାନବନ୍ଦରରେ ଏକ ଫ୍ଲାଇଟରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ଏହାପରେ କେନ୍ଦ୍ର ପକ୍ଷରୁ ୩ ଦମକଳ ଗାଡ଼ି ପଠା ଯାଇଥିବା ବେଳେ ଏଗୁଡ଼ିକ ବର୍ତ୍ତମାନ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଦିଲ୍ଲୀ ବିମାନବନ୍ଦର ଏବଂ ରାଜ୍ୟର ଅନେକ ଡାକ୍ତରଖାନାକୁ ଇମେଲ ମାଧ୍ୟମରେ ପଠାଯାଇଥିବା ବୋମା ଧମକ ମିଳିବାର କିଛି ଦିନ ପରେ ଏହି ଘଟଣା ଘଟିଛି।

Get real time updates directly on you device, subscribe now.