fbpx

ଜି-୨୦ ବୈଠକ: ଭାରତ ମଣ୍ଡପକୁ ଅତିଥିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଭାରତ ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହେଉଛି ଜି-୨୦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯ଟା ସମୟରେ ଏଠାରେ ପ୍ରଥମେ ପହଞ୍ଚି G20 ଦେଶର ମୁଖ୍ୟମାନଙ୍କୁ ବୈଠକକୁ ସ୍ୱାଗତ କରିଛନ୍ତି । ତେବେ ଏହି ସ୍ୱାଗତ କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ସ୍ୱତନ୍ତ୍ର ହୋଇଛି । କାରଣ ଜି-୨୦ ବୈଠକ ସ୍ୱାଗତ ସ୍ଥଳରେ ଓଡ଼ିଶାର କୋଣାର୍କ ଚକ ଶୋଭା ପାଉଛି । କୋଣାର୍କ ଚକ ୧୩ ତମ ଶତାବ୍ଦୀରେ ରାଜା ନରସିଂହଦେବଙ୍କ ସମୟରେ ନିର୍ମିତ ହୋଇଥିଲା। ୨୪ ବାଇ ଥିବା ଏହି ଚକ ଭାରତର ଜାତୀୟ ପତାକାରେ ମଧ୍ୟ ସାମିଲ କରାଯାଇଛି, ଯାହାକି ଭାରତର ପ୍ରାଚୀନ ଜ୍ଞାନ, ଉନ୍ନତ ସଭ୍ୟତା ଏବଂ ସ୍ଥାପତ୍ୟ ଉତ୍କର୍ଷର ପ୍ରତୀକ।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ୧୯ ଟି ଦେଶ ଏବଂ ୟୁରୋପୀୟ ୟୁନିଅନ୍ ସାମିଲ ହେଉଛନ୍ତି। ଅଂଶଗ୍ରହଣକାରୀ ଦେଶଗୁଡ଼ିକ ହେଉଛି ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଜର୍ମାନୀ, ଭାରତ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା। ଜି -୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ଜିଡିପିର ପ୍ରାୟ ୮୫ ପ୍ରତିଶତ, ବିଶ୍ୱ ବାଣିଜ୍ୟର ୭୫ ପ୍ରତିଶତରୁ ଅଧିକ ଏବଂ ବିଶ୍ୱ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ପ୍ରତିନିଧିତ୍ୱ କରୁଛନ୍ତି।

 

Get real time updates directly on you device, subscribe now.