fbpx

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ; ‘କାହିଁକି ଭଙ୍ଗାଯାଉଛି ନିର୍ମାଣ ହୋଇଥିବା ଘର?’

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ । ପ୍ରଣବଙ୍କ କ୍ୱାର୍ଟର୍ସ ଭିତରକୁ ଗଲେ ୩ ଅଧିକାରୀ । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ । ପ୍ରଣବଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ଦେଖାଦେଇଛି ବିବାଦ । କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଯୋରଦାର ଚର୍ଚ୍ଚା ।

ବବିଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀଙ୍କ ବଡ଼ ସୂଚନା । ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ । ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି କହିଲେ ଜିଏ ଅଧିକାରୀ । ‘କ୍ୱାର୍ଟର୍ସ ପରିସରରେ ଦୁଇଟି ବଡ଼ କୋଠା ନିର୍ମାଣ କରାଯାଇଛି’।

“ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି । ଏ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ । ଯଦି ନିର୍ମାଣ ବେଆଇନ ହୋଇଥିବ, କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସେପଟେ ପ୍ରଣବ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରରେ ଉଚ୍ଛେଦ କାର୍ଯ୍ୟକୁ ନେଇ ମୁହଁ ଖୋଲିଛନ୍ତି। କହିଥିଲେ ବିନା ଯାଞ୍ଚରେ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ସମାଲୋଚନା କରି ସେ ସ୍ପଷ୍ଟ କରିଛନ୍ତି ଯେ ଉପଯୁକ୍ତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ ନିଜେ କରାଯାଉଛି । ସେ କହିଛନ୍ତି, “ମୁଁ ଗଣମାଧ୍ୟମରେ ଏକ ଖବର ପ୍ରସାରିତ ହେଉଛି ଯେ କିଛି ଲୋକ ମୋ କ୍ୱାର୍ଟରରେ ଜୋରଜବରଦସ୍ତ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି।

ସେମାନେ ଜାଣିବା ଉଚିତ ଯେ ୨୦୨୪ ଜୁଲାଇ ୧୫ ପର୍ଯ୍ୟନ୍ତ କ୍ୱାର୍ଟରଟି ମୋ ପାଖରେ ଅଛି । ଜୁଲାଇ ୪ ସୁଦ୍ଧା କ୍ୱାର୍ଟର ଖାଲି କରିବାକୁ ନୋଟିସ୍ ଆସିଛି। ଏ ନେଇ ମୁଁ ଜିଏ ବିଭାଗ ସହ କଥା ହୋଇଛି ।” ଠିକ୍ ସମୟରେ ଖାଲି କରିଦେବି ବୋଲି ଟିଭି ଚ୍ୟାନେଲରେ ସରକାରୀ କ୍ୱାର୍ଟର ଉଚ୍ଛେଦ ନେଇ ଖବର ପ୍ରକାଶ ପାଇବା ପରେ ଶ୍ରୀ ଦାସ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

Get real time updates directly on you device, subscribe now.