fbpx

ପରାଜୟ ପରେ ରାହୁଲଙ୍କ କ୍ଲାସ ନେଲେ ଗମ୍ଭୀର?: ଭାଇରାଲ ହେଉଛି ଆଙ୍ଗ୍ରି ଲୁକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ଏଲିମିନେଟର ରାଉଣ୍ଡରେ ପରାଜୟ ବରଣ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ସୁପର ଜିଆଣ୍ଟସ । ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୧୪ ରନରେ ପରାସ୍ତ ହୋଇଛି କେ.ଏଲ ରାହୁଲଙ୍କ ଟିମ । ଏହା ସହିତ ପ୍ରଥମ ସିଜନରେ ଦଳର ଫାଇନାଲରେ ପହଞ୍ଚିବା ଏବଂ ଟାଇଟଲ ହାସଲ କରିବା ଆଶା ଭାଙ୍ଗିଯାଇଛି । ମ୍ୟାଚ ହାରିବା ପରେ ଦଳର ମେଣ୍ଟର ଗୌତମ ଗମ୍ଭୀର ମଧ୍ୟ ନିରାଶ ନଜର ଆସିଛନ୍ତି । ଏହି ସମୟରେ ଅଧିନାୟକ ରାହୁଲଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।

Gautam Gambhir's cold-blooded stare at KL Rahul after LSG's defeat goes viral | Cricket - Hindustan Times

ମ୍ୟାଚ ପରେ ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ମନମାଳିନ୍ୟ ହୋଇଥିବା ଅନୁମାନ କରାଯାଉଛି । ଏହି ଫଯୋରେ ଗମ୍ଭୀରଙ୍କ ରାଗ ସ୍ପଷ୍ଟ ବାରି ହେଉଛି । ଏଲିମିନେଟର ମ୍ୟାଚରେ ରାହୁଲ ୫୮ ବଲରୁ ୭୯ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । କିନ୍ତୁ ଏହାପରେ ମଧ୍ୟ ବିଜୟ ହାତରୁ ଖସି ଯାଇଥିଲା । ୨୦୮ ରନର ବିଶାଳ ସ୍କୋରର ପିଛା କରୁଥିବା ବେଳେ ରାହୁଲଙ୍କ ପାଳି ସାମାନ୍ୟ ମାନ୍ଦା ରହିଥିଲା । ଯାହା ଫଳରେ ଦଳ ଲକ୍ଷ୍ୟର ଖୁବ ନିକଟତର ହୋଇ ମଧ୍ୟ ବିଜୟର ସ୍ୱାଦ ଚାଖି ପାରିନାହିଁ । ତେବେ ମ୍ୟାଚ ପରେ ମେଣ୍ଟର ଗୌତମ ଗମ୍ଭୀର ଏବଂ ଅଧିନାୟକ କେ.ଏଲ ରାହୁଲଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ କେଉଁ କଥାକୁ ନେଇ ଉଭୟଙକ ମଧ୍ୟରେ ଆଲୋଚନା ହେଉଥିଲା ତାହା ଜଣା ପଡି ନଥିଲେ ବି ରାହୁଲଙ୍କ ପାଳିକୁ ନେଇ ଗମ୍ଭୀର ନାରାଜ ଥିବା ସହ ତାଙ୍କ କ୍ଲାସ ନେଉଥିବା ଚର୍ଚ୍ଚା ହେଉଛି ।

ତେବେ ସୋଶିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସମାନେ ବିଭିନ୍ନ କମେଣ୍ଟ କରିବା ଆରମ୍ଭ କରି ଦେଇଛନ୍ତି । ଦଳର ଖରାପ ଫିଲଡିଂ ସହିତ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ଏବଂ ରାହୁଲଙ୍କ ଧୀମା ବ୍ୟାଟିଂ ଦଳକୁ ପରାଜୟ କରିଛି । ସେପଟେ ଏହି ମ୍ୟାଚରେ ବିଜୟ ହାସଲ କରି କ୍ୱାଲିଫାୟାର-୨ ପାଇଁ ପ୍ରସ୍ତୁତ ହେଉଛି ବାଙ୍ଗାଲୋର ।

Get real time updates directly on you device, subscribe now.