fbpx

ପୁଣି କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ- କ୍ଷମତା ପାଇଁ ଭୋକିଲା ଥିଲେ ଗାନ୍ଧୀ, ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ

ମୁମ୍ବାଇ : ପୁଣି ଥରେ ପାଗଳର ପ୍ରଳାପ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ। ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଲମ୍ବା ମେସେଜ। ଆଉ ପୋଷ୍ଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଲେ। ପ୍ରଥମ ମେସେଜରେ କଙ୍ଗନା ଗାନ୍ଧୀଜୀଙ୍କୁ କ୍ଷମତା ଲୋଭୀ କହିଥିବା ବେଳେ ଚାଲାକ ବୋଲି କହିଛନ୍ତି। ଆଉ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ବୁଦ୍ଧି ବିଚାରି ନିଜର ହିରୋ ବାଛନ୍ତୁ। ଆଉ ଲେଖିଛନ୍ତି, ଚାପୁଡା ମାରୁଥିବା ଲୋକଙ୍କୁ ଅନ୍ୟ ଗାଲ ଦେଖାଇ ଦେଲେ ସ୍ଵାଧୀନତା ମିଳେ ନାହିଁ।

କଙ୍ଗନା ରଣାଓ୍ଵତଙ୍କ ଗତ ଟିପ୍ପଣୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ନଥମୁଣୁ ଅଭିନେତ୍ରୀ ଆଉ କିଛି ଆପତ୍ତିଜନକ ପୋଷ୍ଟ କରିଛନ୍ତି। କଙ୍ଗନା ଲେଖିଛନ୍ତି, ଯେଉଁ ଲୋକେ ସ୍ଵାଧୀନତା ପାଇଁ ଲଢେଇ କରିଥିଲେ, ସେମାନଙ୍କୁ ଏହି ଲୋକେ ହିଁ ନିଜ ମାଲିକ ହାତରେ ଟେକି ଦେଲେ। ଆଉ ଏହି ଧରଣର ଲୋକଙ୍କ ପାଖରେ ନା କୌଣସି ସାହାସ ଥିଲା ନା ସେମାନଙ୍କର ରକ୍ତ ଗରମ ଥିଲା। ସେମାନେ କ୍ଷମତା ଲୋଭୀ ଏବଂ ଚାଲାକ ଥିଲେ। ଆଉ ଏହି ଲୋକ ହିଁ ଆମକୁ ଶିଖାଇଛନ୍ତି ଯେ, ଯଦି କିଏ ତୁମକୁ ଚାପୁଡା ମାରୁଛି ତେବେ ତୁମେ ଅନ୍ୟ ଗାଲକୁକ ଚାପୁଡା ଖାଇବାକୁ ଦେଖାଇ ଦିଅ। ଏହି ପରି ତୁମକୁ ସ୍ଵାଧୀନତା ମିଳିଯିବ। ଏମିତିରେ କାହାକୁ ସ୍ଵାଧୀନତା ମିଳେ ନାହିଁ କେବଳ ଭିକ ମିଳିବ ବୋଲି ବୋଲି କଙ୍ଗନା କହିଛନ୍ତି।
ଲୋକଙ୍କୁ ଇତିହାସ ଜାଣିବା ଉଚିତ୍
କଙ୍ଗନା ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଗାନ୍ଧୀ କେବେ ବି ଭଗତ ସିଂହ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମର୍ଥନ କରୁନଥିଲେ। ଗାନ୍ଧୀ ଜୀ ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ। ଏଥିପାଇଁ ଆପଣ କାହାକୁ ସମର୍ଥନ କରିବେ। ଲୋକଙ୍କୁ ଇତିହାସ ବିଷୟରେ ଏବଂ ନିଜର ହିରୋଙ୍କ ଜୀବନି ବିଷୟରେ ଜାଣିବା ଉଚିତ୍। ଗତ ଦିନରେ ଟାଇମ୍ସ ନାଓ ସମ୍ମିଳନୀରେ କଙ୍ଗନା ରଣାଓ୍ଵତ କହିଥିଲେ, ଦେଶକୁ ପ୍ରକୃତ ସ୍ଵାଧୀନତା ୨୦୧୪ରେ ହିଁ ମିଳିଛି। ଏହା ପୂର୍ବରୁ ୧୯୪୭ ମସିହାରେ ଦେଶକୁ ଯେଉଁ ସ୍ଵାଧୀନତା ମିଳିଥିଲା ତାହା ଭିକରେ ମିଳିଥିଲା।

Get real time updates directly on you device, subscribe now.