fbpx

ଅନନ୍ୟ କଳାକୃତି ଜରିଆରେ ଜାତୀୟ ସାମ୍ବାଦିକତା ଦିବସର ଶୁଭକାମନା; ଦେଖନ୍ତୁ ଫଟୋ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଗଣମାଧ୍ୟମକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ସାମ୍ବାଦିକ । ଚିତ୍ରଶିଳ୍ପୀ ତଥା ଇଞ୍ଜିନିୟର ପ୍ରିୟଙ୍କା ସାହାଣୀ ନିଜର ଅନନ୍ୟ ଚିତ୍ରକଳା ମାଧ୍ୟମରେ ସାମ୍ବାଦିକତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ୧୭ ନଭେମ୍ବର ୨୦୨୧ରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହେଉଥିବା ବେଳେ ଇୟର ବଡ, କାର୍ଡ ବୋର୍ଡ, ଅଠା ଏବଂ ମଇଦାରେ କଳାକୃତିର ପ୍ରଦର୍ଶନ କରିଛନ୍ତି ପ୍ରିୟଙ୍କା । ଗଣମାଧ୍ୟମ ସହିତ ଜଡିତ ସମସ୍ତଙ୍କ ପାଇଁ ସମ୍ମାନ ଏହି କଳାକୃତି ପାଇଁ ପ୍ରେରଣା ଯୋଗାଇଥିବା ସେ ମତ ଦେଇଛନ୍ତି ।


ଇୟର ବଡକୁ ମାଇକ୍ରୋଫୋନ୍ ଭାବରେ ସଜାଇଥିବା ବେଳେ କାର୍ଡ ବୋର୍ଡ ଜରିଆରେ ସମସ୍ତ ଗଣମାଧ୍ୟମର ନାମ ଉଲ୍ଲେଖ କରିଛନ୍ତି । ଦୁଇ ଘଣ୍ଟାର ପ୍ରୟାସରେ ଏହା ନିର୍ମିତ ହୋଇଥିବା ବେଳେ ସମସ୍ତ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.