fbpx

ପିଏମ କିଷାନ ସମ୍ମାନ ନିଧି; ଅଯୋଗ୍ୟ ହିତାଧିକାରୀ ଫେରାଇବେ ଟଙ୍କା

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଦେଶର କୋଟି କୋଟି କୃଷକଙ୍କ ଖାତାକୁ ତିନିଟି କିସ୍ତିରେ ପ୍ରତିବର୍ଷ ୬ ହଜାର ଟଙ୍କା ଆସିଥାଏ । କିନ୍ତୁ ଅନେକ ସ୍ଥାନରେ ଏଥିରେ ଜାଲିଆତି ହେଉଥିବାରୁ ସରକାର ଏବେ ଅଯୋଗ୍ୟ ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ କରିବାକୁ ଯାଉଛନ୍ତି । ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେଉଁମାନେ ପ୍ରକୃତ ହିତାଧିକାରୀ ନହୋଇ ବି ଟଙ୍କା ପାଉଛନ୍ତି ସେମାନଙ୍କୁ ଖୁବଶୀଘ୍ର ଟଙ୍କା ଫେରସ୍ତ କରିବାକୁ ହେବ । ଏହା ସହ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ ମଧ୍ୟ ଜାରି କରିଛନ୍ତି । ଆପଣ ବି ଚେକ୍ କରନ୍ତୁ ଲିଷ୍ଟ, ଏଥିରେ ଆପଣଙ୍କ ନାମ ଅଛି କି ନାହିଁ?

ଉଲ୍ଲେଖଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କୁ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଟଙ୍କା ମଧ୍ୟ ଫେରାଇବାକୁ ହେବ । ଯେଉଁ କୃଷକ ସରକାରୀ ଚାକିରି କରୁଛନ୍ତି କିମ୍ବା କୌଣସି ପ୍ରକାର କାରବାର କରୁଛନ୍ତି ଏବଂ ଏହି ଯୋଜନାର ଲାଭ ଉଠାଉଛନ୍ତି ତାହାଲେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡ଼ିବ । ଗତ କିଛି ମାସରୁ ଏହି ଭଳି ଅନେକ ମାମଲା ଦେଖିବାକୁ ମିଳିଛି ଯେଉଁଠାରେ ଅଯୋଗ୍ୟ କୃଷକ ଏହି ସରକାରୀ ଯୋଜନାର ଫାଇଦା ଉଠାଉଛନ୍ତି ।

କେନ୍ଦ୍ର ସରକାର ଅଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ ଜାରି କରିଛନ୍ତି । pmkisan.gov.in ୱେବସାଇଟକୁ ଯାଇ ଚେକ କରିବାକୁ ହେବ । ପ୍ରଥମେ ହୋମ ପେଜରେ ଅଯୋଗ୍ୟ ହିତାଧିକାରୀ ଶ୍ରେଣୀ, କୃଷକଙ୍କ ନାମ, ରେଜିଷ୍ଟ୍ରେସନ ନମ୍ବର, ଲଇଙ୍ଗ, ରାଜ୍ୟ, ବ୍ଲକ, ଜିଲ୍ଲା, କିସ୍ତି ରାଶି ରିଫଣ୍ଡ ମୋଡ ଏବଂ ଆକାଉଣ୍ଟ ନମ୍ବର ଭରିବାକୁ ହେବ । ଏହାପରେ ଆପଣଙ୍କ ସ୍କ୍ରିନରେ ଅଯୋଗ୍ୟ କୃଷକଙ୍କ ଲିଷ୍ଟ ଦେଖାଯିବ । ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ । ଯଦି ଆପଣ ନାମ ରହିଛି ତେବେ ଯେତିକି ଟଙ୍କା ନେଇଛନ୍ତି ତାହା ଫେରାଇବାକୁ ହେବ । ତେବେ ସବୁ ରାଜ୍ୟର ୱେବସାଇଟ ଅଲଗା ଅଲଗା ରହିଛି ନିଜ ରାଜ୍ୟର ୱେବସାଇଟ ଦ୍ୱାରା ଚେକ୍ କଲେ ଏହା ସହଜ ହୋଇପାରେ ।

Get real time updates directly on you device, subscribe now.