fbpx

କେବେ କରିବେ ଗଣେଶ ବିସର୍ଜନ ? କଣ ରହିଛି ନିୟମ ଜାଣନ୍ତୁ

Ganesh Visarjan 2024 know rule time and rituals

ନୂଆଦିଲ୍ଲୀ: ଧରାବତରଣ କରିଛନ୍ତି ଗଣପତି । ଏନେଇ ଉତ୍ସବ ମୁଖର ଦିଲ୍ଲୀଠୁ ପଲ୍ଲୀ । ବାପ୍ପାଙ୍କ ପୂଜାରେ ସମସ୍ତେ ରହିଛନ୍ତି ମାହିର । କେତେକ ସ୍ଥାନରେ 10 ଦିନ ପୂଜା କରାଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଳ୍ପ ଦିନରେ ବାପ୍ପାଙ୍କୁ ବିଦାୟ ଦିଆଯାଇଥାଏ । ମହାରାଷ୍ଟ୍ରରେ 10 ଦିନ ଧରି ଧୁମଧାମରେ ହୋଇଥାଏ ପୂଜା । ଯଦି ଦେଖିବା ନିୟମ ଅନୁସାରେ ଅନନ୍ତ ଚତୁର୍ଦ୍ଦଶୀରେ ଗଜାନନଙ୍କ ବିସର୍ଜନ କରିବା ଉଚିତ ।

ଭାଦ୍ରବ ମାସର ଚତୁର୍ଥୀ ତିଥିରେ ଆରମ୍ଭ ହେଉଥିବା ଗଣନାଥଙ୍କ ପୂଜା ସର୍ବଦା ଖାସ୍ ହୋଇଥାଏ । ଏହିଦିନକୁ ଗଣେଶ ଜନ୍ମୋତ୍ସବ ମଧ୍ୟ କୁହାଯାଏ । ତେବେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଶ୍ରଦ୍ଧାଳୁମାନେ ଧୁମଧାମରେ ବିଦାୟ ଦେଇଥାନ୍ତି । ଆସନ୍ତା ବର୍ଷ ଖୁବଶୀଘ୍ର ଆସିବା ନେଇ ଭଶାଣୀ ସମୟରେ ଗଣନାଥଙ୍କୁ କହିଥାନ୍ତି ।

ଏକ ତଥ୍ୟ ଅନୁସାରେ, ଆସନ୍ତାକାଲି ସକାଳ 11ଟା 53 ମିନିଟରୁ 12ଟା 43 ମିନିଟ ପର୍ଯ୍ୟନ୍ତ ଶୁଭ ମୁହୁର୍ତ୍ତ ରହିଛି । ଅନ୍ୟପଟେ ମଧ୍ୟାହ୍ନ 2ଟା 24ରୁ 3ଟା 14 ପର୍ଯ୍ୟନ୍ତ ରହିଛି । ଯଦି ସନ୍ଧ୍ୟା ସମୟ କଥା ଦେଖିବା ତାହେଲେ ସନ୍ଧ୍ୟା 6ଟା 34 ମିନିଟରୁ 7ଟା 43 ମଧ୍ୟରେ ବିସର୍ଜନ କରିପାରିବେ । ସର୍ବଦା ଶୁଭ ମୁହୁର୍ତ୍ତରେ ଗଣେଶଙ୍କ ଭଶାଣୀ କରିବା ଉଚିତ ବୋଲି କୁହାଯାଇଛି । ଗଣେଶଙ୍କୁ ଅର୍ପଣ କରାଯାଇଥିବା ସାମଗ୍ରୀ ସହିତ ହିଁ ବିସର୍ଜନ କରିବା ଉଚିତ । ସର୍ବଦା ଧିର ଭାବେ ପାଣିରେ ବିସର୍ଜନ କରିବା ଉଚିତ ।

Get real time updates directly on you device, subscribe now.