fbpx

ସମ୍ବଲପୁରରେ ପୁଣିଥରେ ଗୋଷ୍ଠୀ ସଂଘର୍ଷ: ୫ ଜଣକୁ ଅଟକ ରଖିଲା ପୋଲିସ

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀରେ ଶୋଭାଯାତ୍ରାରେ ହୋଇଥିବା ଦଙ୍ଗା ଥମିବା ପରେ ପୁଣି ଏକ ଗୋଷ୍ଠୀ ସଂଘର୍ଷ ଏଠାରେ ମୁଣ୍ଡ ଟେକିଛି । ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାରେ ଗୋଷ୍ଠୀ ସଂଘର୍ଷ ସହିତ ଘର ଉପରକୁ ଟେକା ପଥର ମାଡ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏହି ମାମଲା ପୋଲିସ ନିକଟରେ ପହଞ୍ଚିବା ପରେ ଆକ୍ସନ ମୋଡକୁ ଆସିଛି ଧନୁପାଲି ଥାନା ପୋଲିସ । ତେବେ ଉଭୟ ଗୋଷ୍ଠୀର ୫ ଜଣ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇଛି । ତେବେ ଆଗକୁ ତଦନ୍ତ କରିବା ସହ କାର୍ଯ୍ୟନୁଷ୍ଠାନ ନିଆଯାଇପାରେ ।

Get real time updates directly on you device, subscribe now.