fbpx
BSKY
BJD MS SKY
BJD YOUTH SKY

ଏହିପରି ଭାବରେ ନିଅନ୍ତୁ କିଡନୀର ଯତ୍ନ: ନଚେତ ଖୁବଶୀଘ୍ର ହୋଇପାରେ ଖରାପ

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏଥିପାଇଁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଆମର କିଛି ଅଭ୍ୟାସ ହିଁ ଆମ କିଡନୀକୁ ଦୁର୍ବଳ କରିବା ପାଇଁ କାମ କରେ, ଯେଉଁ କାରଣରୁ ଅନେକ ରୋଗ ଆପଣଙ୍କୁ ମାଡ଼ିବସେ । ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଉଚିତ୍ । ମଣିଷ ଶରୀରରେ ଦୁଇଟି କିଡନୀ ରହିଛି । ଯାହା ଶରୀରର ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ମଧ୍ୟ ବାହାର କରିଦେଇଥାଏ ।

ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେଣୁ କିଡନୀର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ଆସନ୍ତୁ ଜାଣିବା କିପରି ନେବେ କିଡନୀର ଯତ୍ନ –

୧. ସୁସ୍ଥକର ଖାଦ୍ୟ ଖାଆନ୍ତୁ:

କିଡନୀ ପାଇଁ ସୁସ୍ଥକର ଖାଦ୍ୟ ଖୁବ ଉପକାରୀ । କିଡନୀ ସିମୀତ ପରିମାଣର ଜଙ୍କ ଫୁଡ ହଜମ କରିପାରେ । ମଧ୍ୟମ ଧରଣର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଓଜନ ସହିତ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ଏହା ଦ୍ୱାରା ଡାଇବେଟିସ ଏବଂ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ନଥାଏ ତେଣୁ କିଡନୀ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଖୁବ କମ ଥାଏ ।

୨. ହାଇଡ୍ରେଟ ରୁହନ୍ତୁ:

କିଡନୀର ସଠିକ ରକ୍ଷଣାବେକ୍ଷଣ ପାଇଁ ଶରୀରକୁ ଉପଯୁକ୍ତ ପରିମାଣର ଜଳ ଆବଶ୍ୟକ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଜଳ ମଧ୍ୟ କିଡନୀ ପାଇଁ କ୍ଷତିକାରକ । ଦିନକୁ ଅତିକମରେ ୬ରୁ ୮ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀରକୁ ବହୁ ପ୍ରକାରର ସୁଫଳ ମିଳିଥାଏ ।

୩. କୋଲେଷ୍ଟ୍ରୋଲ ମାତ୍ରା କମ କରନ୍ତୁ:

ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହେବା ଦ୍ୱାରା ରକ୍ତ ଚାପ ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ବୃକକ୍ ଉପରେ ପ୍ରଭାବ ପଡିଥାଏ । ତେଣୁ ଶରୀରରେ ଓଜନ ହ୍ରାସ କରି କୋଲେଷ୍ଟ୍ରୋଲରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

୪. ନିୟମିତଭାବେ ବ୍ୟାୟାମ କରନ୍ତୁ:

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ଏବଂ ଏହା ଦ୍ୱାରା କିଡନୀ ଭଲ ରହିଥାଏ । ବ୍ୟାୟାମ କରିବା ଦ୍ୱାରା ଖାଦ୍ୟ ପିଇବା ଏବଂ ଜଳ ପାନରେ ପ୍ରଭାବ ପଡିଥାଏ । ତେଣୁ କିଡନୀ ମଧ୍ୟ ସୁସ୍ଥ ରହିଥାଏ ।

ଧୂମ୍ରପାନ କରନ୍ତୁ ନାହିଁ :

ଗବେଷଣାରୁ ଜଣା ଯାଇଛି ଯେ ଧୂମ୍ରପାନ ନକରୁଥିବା ବ୍ୟକ୍ତିଙ୍କ ଠାରୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ କିଡନୀ ଖୁବ ଖରାପ ଅବସ୍ଥାରେ ଥାଏ । ଧୂମ୍ରପାନ କରିବା ଦ୍ୱାରା କିଡନୀରେ ଖରାପ ପ୍ରଭାବ ପଡ଼ିଥାଏ । ଧୂମ୍ରପାନ କରିବା ଦ୍ୱାରା ରକ୍ତ ସଂଚାଳନରେ ମଧ୍ୟ ପ୍ରଭାବ ପଡିଥାଏ । ତେଣୁ ବୃକକକୁ ସଠିକ ଭାବେ ରକ୍ତ ପହଞ୍ଚିନଥାଏ । ଅତ୍ୟଧିକ ମାତ୍ରାରେ ଧୂମ୍ରପାନ କରିବା ଦ୍ୱାରା ମଧ୍ୟ ରକ୍ତ ଚାପ ବୃଦ୍ଧି ପାଇଥାଏ ତେଣୁ କିଡନୀ କ୍ୟାନସରର ମଧ୍ୟ ସମସ୍ୟା ସୃଷ୍ଟି ହୁଏ । ତେଣୁ ଧୂମ୍ରପାନ ନକରିବା ଶରୀର ପାଇଁ ଖୁବ ଲାଭଦାୟକ ।

Get real time updates directly on you device, subscribe now.