fbpx

ସୁନା ଖଣିରେ ବଡ ବିସ୍ଫୋରଣ; ଦେଖୁ ଦେଖୁ ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୨୭ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ପେରୁର ଏକ ଛୋଟ ସୁନା ଖଣିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ବଡ ଖଣି ଦୁର୍ଘଟଣା ।ଏକ ବିବୃତ୍ତିରେ ପେରୁ ସରକାର କହିଛନ୍ତି ଯେ ଶନିବାର ସକାଳେ ଦକ୍ଷିଣ ଆରେକିପା(Arequipa) ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ସୁନା ଖଣିରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି।

ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୟାନକିହୁଆ ପୋଲିସ ଷ୍ଟେସନ ନିଶ୍ଚିତ କରିଛି। ଅଧିକାରୀଙ୍କ କହିବାନୁସାରେ, ଯେଉଁଠାରେ ଘଟଣା ଘଟିଥିଲା, ତାହା ହେଉଛି ଏକ ଛୋଟ ସୁନା ଖଣି । ସର୍ଟ ସର୍କିଟ ଯୋଗୁଁ ସୁନା ଖଣିରେ ନିଆଁ ଲାଗିଯାଇଥିଲା। ଏହି ଛୋଟ ସୁନା ଖଣି ୟାନକିହୁଆ ନାମକ ଏକ ଫାର୍ମ ଦ୍ୱାରା ପରିଚାଳିତ ।

ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଅନେକ ଚିତ୍ର ଏବଂ ସୋସିଆଲ ମିଡିଆରେ ଚିତ୍ରଗୁଡ଼ିକ ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ଏଥି ସହିତ, ଏହି ଘଟଣାରେ ପେରୁର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ ଏହି ଘଟଣାରେ ଆମେ ଦୁଃଖିତ। ୨୭ ଜଣଙ୍କ ମୃତ୍ୟୁ ପାଇଁ ଆମେ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ସରକାର ଭାବରେ ଆମେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବୁ ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.