ଦୁର୍ବୃତ୍ତଙ୍କ ନାରକୀୟ କାଣ୍ଡ, ଗଣଦୁଷ୍କର୍ମ ପରେ ହତ୍ୟା କରି ଉରାରେ ଝୁଲାଇଦେଲେ
ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଦେଇଦେଲେ ଆତ୍ମହତ୍ୟାର ରୂପ ।
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ଏତିକିରେ ମନ ଭରିନଥିଲା ଯେ, ଅଭିଯୁକ୍ତମାନେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଜଣେ ଯୁବକଙ୍କୁ ଉଠାଇ ନେଇଛି ଭୋଗରାଇ ଥାନା ପୋଲିସ ।
ବାପା ମା ଦାଦନ ଖଟନ୍ତି- ଖବର ଅନୁସାରେ, ପୀଡିତାଙ୍କର ଅଭିଭାବକ ଗୁଜୁରାଟରେ ରହି ଦାଦନ ଖଟୁଥିଲେ । ତେବା ତାଙ୍କର ପୁଅ ଏବଂ ଝିଅ ବାହାରେ ରହି ପାଠ ପଢୁଥିଲେ । ତେବେ ଝିଅ ମେସରେ ରହି ପାଠ ପଢୁଥିବା ବେଳେ ପାଖ ଗାଁରେ ମହୋତ୍ସବ ରହିଥିବାକୁ ଘରକୁ ଆସିଥିଲେ ।
ଯାତ୍ରା ପାଇଁ ଘରକୁ ଆସିଥିଲା- ରବିବାର ଘରକୁ ଫେରିଥିବା ବେଳେ ମଙ୍ଗବାର ମେସକୁ ଫେରିବା ନେଇ କହିଥିଲେ । ତେବେ ଭାଇ ବାହାରକୁ ଯାଇଥିବା ବେଳେ ଭଉଣୀକୁ ଦିନ 12ଟାରେ କଲ୍ କରିଥିଲେ ।
କିନ୍ତୁ ସେ ଫୋନ ଉଠାଇନଥିଲେ । ଏହାପରେ ଭାଇ ପଡୋଶୀକୁ ଫେନ କରିଥିଲେ । ସେମାନେ ଆସି ଦେଖିଲା ବେଳକୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଏହାପରେ ତାଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ଜଳେଶ୍ବର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଅନୁମାନ କରାଯାଉଛି ।