fbpx

ବନ୍ଧୁକ ମୁନରେ ଅପହରଣ, ୪ ଦୁବୃର୍ତ୍ତ ଜଣଙ୍କ ପରେ ଜଣେ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଝାଡଖଣ୍ଡର ଦେଓଗରରେ ଚାରିଜଣ ଦୁଷ୍କର୍ମକାରୀ ଜଣେ ବିବାହିତା ମହିଳାଙ୍କୁ ଅସ୍ତ୍ରର ଭୟ ଦେଖାଇ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଗ୍ୟାଙ୍ଗରେପ ଘଟଣା ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଏବଂ ତାଙ୍କୁ ଜଙ୍ଗଲରେ ଛାଡି ପଳାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଥିବା ମହିଳା ଜଣକ କୌଣସି ପ୍ରକାରେ ପୋଲିସ ପାଖରେ ପହଞ୍ଚି ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଏହି ଗ୍ୟାଙ୍ଗରେପ୍ ଖବର ପାଇବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଝାଡଖଣ୍ଡ ପୋଲିସ ଏକ ଏସଆଇଟି ଟିମ୍ ଗଠନ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ଏହି ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ପୋଲିସ ଖୋଜିବାରେ ଲାଗିପଡ଼ିଛି ।

ମାମଲାଟି କେଉଁଠିକାର ?
ଗ୍ୟାଙ୍ଗ ବଳାତ୍କାର ଘଟଣାର ଏହି ମାମଲା ଦେଓଗରର ମଧୁପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି । ପୀଡିତା ତାଙ୍କ ସମ୍ପର୍କୀୟଙ୍କ ଘରୁ ଚାଲି ଚାଲି ଫେରୁଥିଲେ । ଏହି ସମୟରେ ଚାରିଜଣ ଲୋକ ଏକ ଅଟୋରେ ପହଞ୍ଚି ପିସ୍ତଲର ଭୟ ଦେଖାଇ ତାଙ୍କୁ କାରରେ ବସିବାକୁ ବାଧ୍ୟ କରିଥିଲେ । ତା’ପରେ ତାଙ୍କୁ ନିକଟ ଜଙ୍ଗଲକୁ ନେଇ ସେମାନେ ଜଣଙ୍କ ପରେ ଜଣେ ବଳାତ୍କାରର ଲଜ୍ଜାଜନକ ଘଟଣା ଘଟାଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣଶକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.