ଗୋପାଳପୁର ସମୁଦ୍ର କୂଳର ରଜ ଗଣଦୁଷ୍କର୍ମ, ଆସାମୀ କରିଥିଲେ ପ୍ରି ପ୍ଲାନ !
ପ୍ରମାଣ ନଷ୍ଟ କରିବା ପାଇଁ ଦୁଷ୍କର୍ମକାରୀ ବ୍ୟବହାର କରିଥିଲେ ଗର୍ଭ ନିରୋଧକ ସାମଗ୍ରୀ।
ଗୋପାଳପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲା। ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ରଜ ସଂକ୍ରାନ୍ତି ଦିନ ପୁରୁଷ ବନ୍ଧୁଙ୍କ ସାଙ୍ଗରେ ଗୋପାଳପୁର ଲାଇଟ୍ ହାଉସ୍ ପାଖରେ ସମୟ ବିତାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ବନ୍ଧୁଙ୍କ ଆଗରେ ଗଣଦୁଷ୍କର୍ମ କରାଯାଇଥିଲା।
ଯାହାକି ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ପାଖାପାଖି ଏହି ଘଟଣାରେ ୧୦ ଜଣ ସଂପୃକ୍ତ ଥିବା ନେଇ କୁହାଯାଉଥିବା ବେଳେ, ୧୦ ଜଣଙ୍କ ଗିରଫ କରିଛି ପୋଲିସ। ହେଲେ ସବୁଠାରୁ ଚାଞ୍ଚଲ୍ୟକର କଥା ଏହା କି ଏହି ଗଣଦୁଷ୍କର୍ମ ପାଇଁ ପୂର୍ବରୁ ପ୍ଲାନ ହୋଇଥିବା ନେଇ ଏବେ କୁହାଯାଉଛି।
କାରଣ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ ଦୁଷ୍କର୍ମକାରୀ। ଅଭିଯୁକ୍ତ ମାନେ ବ୍ୟବହାର କରିଥିଲେ ଗର୍ଭ ନିରୋଧକ ସାମଗ୍ରୀ। ଏଥିରୁ ଜଣାପଡୁଛି କି ସେମାନେ ପୂର୍ବରୁ ହୁଏତ ସେମାନଙ୍କ ଉପରେ ନଜର ରଖିଥିଲେ କିମ୍ୱା ଏହା ଏକ ସୁଚିନ୍ତିତ ପ୍ଲାନ।
ତେବେ ଏବେସୁଦ୍ଧା ଏହି ଘଟଣାରେ ଅନେକ କିଛି ସନ୍ଦେହ କରାଯାଉଥିବା ବେଳେ, ଅଭିଯୁକ୍ତଙ୍କ DNA ସାମ୍ପୁଲ ନେଇଛି ସିଏଡବ୍ଲୁ। ୧୦ ଜଣ ଅଭିଯୁକ୍ତଙ୍କ DNA ସାମ୍ପୁଲ ନେଇଛି ସିଏଡବ୍ଲୁ।
ଅନେକ ତଥ୍ୟ ଓ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛି। ଘଟଣାସ୍ଥଳରୁ ପୋଡ଼ା ସିଗାରେଟ୍ ଜବତ ହୋଇଛି। ପ୍ରାଥମିକ ଭାବରେ ୬ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି। ରିମାଣ୍ଡରେ ଆଣି ୬ ଜଣଙ୍କୁ ପଚରାଉଚରା କରାଯିବ। ସିଏଡବ୍ଲୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି।