fbpx

ବଳପୂର୍ବକ ମଥାରେ ସିନ୍ଦୁର ଦେଲା ଧରମ ଭାଇ, ତା’ପରେ ସାଙ୍ଗମାନଙ୍କ ସହ ମିଶି କଲା ଗଣଦୁଷ୍କର୍ମ

ସୁରଟ: ଗୁଜରାଟର ସୁରଟରରେ ଜଣେ ନାବାଳିକା ସହିତ ଗଣଦୁଷ୍କର୍ମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଧରମ ଭାଇ ବୋଲି କୁହାଯାଉଛି । ପ୍ରଥମେ ସେ ନାବାଳିକାଙ୍କ ମଥାରେ ବଳପୂର୍ବକ ସିନ୍ଦୁର ପିନ୍ଧାଇଥିଲା ଓ ପରେ ନିଜ ସାଙ୍କମାନଙ୍କ ମିଶି ଗଣଦୁଷ୍କର୍ମ କରିଥିଲା । ପୀଡ଼ିତା ଜଣକ ସୁରଟର ଡିଣ୍ଡୋଲି ପୋଲିସ ଷ୍ଟେସନରେ ୩ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମର ମାମଲା କରିଛନ୍ତି ।

କୁହାଯାଉଛି ଯେ, ପୀଡ଼ିତାଙ୍କ ପିତା-ମାତା ଅଭିଯୁକ୍ତ ସହିତ ତାଙ୍କ ବାହାଘର କରିବାକୁ ଚାହୁଁଥିଲେ । କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ ଓ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ନାବାଳିକା ଜଣକ ପାଠ ପଢ଼ି ଜୀବନରେ କିଛି କରିବାକୁ ଚାହୁଁଥିଲେ ବୋଲି ପୋଲିସକୁ କହିଥିଲେ । ବାହାଘରକୁ ଏଡ଼ାଇବା ପାଇଁ ସେ ନିଜ ମଉସାଙ୍କ ପରିଚିତ ଯୁବକ ସହିତ ଦେଢ଼ବର୍ଷ ପୂର୍ବରୁ ସୁରଟ ପଳାଇଥିଲେ । ସେବେଠାରୁ ସେ ଅଭିଯୁକ୍ତକୁ ନିଜର ଧମର ଭାଇ କରିଥିଲେ । କିନ୍ତୁ ଅଚାନକ୍ ସେହି ଧରମ ଭାଇ ନାବାଳିକା ମଥାରେ ସିନ୍ଦୁର ଦେଇ ପତ୍ନୀ ପରିବା ସହ ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିଥିଲା ।

ପୀଡ଼ିତାଙ୍କ ଅଭିଯୋଗ ହେଉଛି କି, ଯୁବକ ଜଣକ ତାଙ୍କୁ ନିଜ ସାଙ୍କମାନଙ୍କୁ ହସ୍ତାନ୍ତଣ କରିଥିଲା । ଏକ ଖାଲି ଘରେ ସେମାନେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ପରେ ଡିଣ୍ଡୋଲ ଥାନା ପୋଲିସ ୩ ଅଭିଯୁକ୍ତିଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛନ୍ତି । କରୋନା ଗାଇଡଲାଇନ ଅନୁସାରେ ୩ ଜଣଙ୍କର ମେଡିକାଲ ଟେଷ୍ଟ କରାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟକାନୁଷ୍ଠାନ ହେବ ।

Get real time updates directly on you device, subscribe now.