fbpx

ଥାଇଲାଣ୍ଡରେ ଧୂମ୍ ମଚାଇଲା ବଲିଉଡ୍ ଝଲକ: ଗଙ୍ଗୁବାଈଙ୍କ ନକଲ କଲେ ଥାଇ ଅଭିନେତ୍ରୀ

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା କିଛି ଭାରତୀୟ ଫିଲ୍ମ ମଧ୍ୟରୁ ଗଙ୍ଗୁବାଈ କାଥିଆୱାଡ଼ି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ କମାଲ୍ କରିଛି । ସାଧାରଣ ଭାବେ ଭାରତୀୟ ଫିଲ୍ମ ଦକ୍ଷିଣ ଆଫ୍ରିକା ସହ ଯୁକ୍ତରାଷ୍ଟ୍ର ଆମେରିକା, ବିଟେନ, ମାଲେସିଆରେ ଭଲ ବ୍ୟବସାୟ କରିଥାଏ । ମାତ୍ର ବଲିଉଡ ସହ ଥାଇଲାଣ୍ଡର ସମ୍ପର୍କ ସେତେଟା ନିବିଡ଼ ପୂର୍ବରୁ ନଥିଲା । ନିକଟରେ ଥାଇଲାଣ୍ଡ ୧୭ ହଜାର କୋଟି ବିଶିଷ୍ଟ ବୃହତ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇଯାଇଛି ।
ଥାଇ ସିନେପ୍ରେମୀ ଭାରତୀୟ ଫିଲ୍ମକୁ ବହୁତ ପସନ୍ଦ କରୁଥିବା କିଛି ସିନୋ ବିଶେଷଜ୍ଞ ମତ ଦେଇଛନ୍ତି । ଦୁଇ ଦେଶର ଅଭିନେତା ଓ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବର୍ତ୍ତମାନ ସୁସମ୍ପର୍କ ଯୋଡ଼ି ହେବାରେ ଲାଗିଛି, ଯାହାକି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଗଙ୍ଗୁବାଈ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରିବା ସହ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଦେଖାଯାଇଥିଲା ।
ତେବେ ମେ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ ଗଙ୍ଗୁବାଈ ନେଟଫ୍ଲିକ୍ସରେ ଥାଇଲାଣ୍ଡର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ଫିଲ୍ମ ପାଲଟି ଯାଇଛି । ଟପ-୧୦ ଲିଷ୍ଟରେ ଆରଆରଆର ସହ ଅନ୍ୟ ଭାରତୀୟ ଫିଲ୍ମ ମଧ୍ୟ ସ୍ଥାନ ପାଇଛି । ତେବେ ଭାରତୀୟ ଫିଲ୍ମକୁ ଥାଇଲାଣ୍ଡରେ ଏଭଳି ରେସପନ୍ସ ମିଳିବା ନିଶ୍ଚିତ ଭାବେ ଗୌରବର କଥା ବୋଲି କହିଛନ୍ତି ବ୍ୟାଙ୍କଙ୍କର ଜଣେ ଫିଲ୍ମ ନିର୍ମାତା କୁଲଥିପ ନରୁଲା ।
ସେହିପରି ପ୍ରସିଦ୍ଧ ଥାଇ ଅଭିନେତ୍ରୀ ସିଣ୍ଡି ସିରିନ୍ୟା ବିଶୋପ ନିକଟରେ ସୋସିଆଲ ମିଡ଼ିଆରେ ଆଲିଆଙ୍କ ଗଙ୍ଗୁବାଈ ଅବତାରକୁ ନକଲ କରିଛନ୍ତି । ଗଙ୍ଗୁବାଈ ତାଙ୍କୁ ପ୍ରେରଣା ଯୋଗାଇବା ସହ ଫିଲ୍ମର ସମସ୍ତ ଦୃଶ୍ୟ ତାଙ୍କର ଫେଭରାଇଟ୍ ବୋଲି କହିଛନ୍ତି । ଏହି ଅବସରରେ ସେ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନଶାଲୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.