fbpx

ମଇଦାନକୁ ଫେରିବେ ଗାଙ୍ଗୁଲି! ଟ୍ୱିଟରରେ ପୋଷ୍ଟର ସତ୍ୟତାକୁ ନେଇ ମୁହଁ ଖୋଲିଲେ ସୌରଭ ଦାଦା

ନୂଆଦିଲ୍ଲୀ: ପୁଣି ଥରେ ମଇଦାନକୁ ଫେରିବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଲିଜେଣ୍ଡସ ଲିଗରେ ଗାଙ୍ଗୁଲିଙ୍କ ଖେଳିବାକୁ ନେଇ ଏକ ଟ୍ୱିଟର ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଟୁର୍ଣ୍ଣାମେଣ୍ଟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାଗ ନେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏହି ପୋଷ୍ଟ ଏବଂ ନିଜ ଖେଳିବାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦାଦା । ଏଥିସହିତ ସମସ୍ତ ବାଦବିବାଦରୁ ସେ ପରଦା ଉଠାଇଛନ୍ତି ।

ସମସ୍ତ ଦେଶର ପୂର୍ବ କ୍ରିକେଟର୍ ମାନଙ୍କୁ ନେଇ ଆୟୋଜିତ ହୋଇଥାଏ ଲିଜେଣ୍ଡସ ଲିଗ କ୍ରିକେଟ । ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଟିମ ଭାଗ ନେଇଥାଏ । ଏଥିରେ ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନଙ୍କ ସମେତ ଦିବଙ୍ଗତ ଶେନ ୱାର୍ଣ୍ଣ ମଧ୍ୟ ଭାଗ ନେଇଥାନ୍ତି । ତେବେ ବୁଧବାର ଲିଜେଣ୍ଡସ ଲିଗ କ୍ରିକେଟ ତରଫରୁ ଏକ ପୋଷ୍ଟ କରାଯାଇଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚଳିତବର୍ଷ ସିଜନରେ ଯୋଡି ହେବେ ବୋଲି ଏହି ପୋଷ୍ଟରେ ଦର୍ଶାଯାଇଛି । ଏହି ପୋଷ୍ଟରେ ଗାଙ୍ଗୁଲିଙ୍କ ଖେଳିବାର ଏକ ଫଟୋ ସହିତ ଅନ୍ୟନ୍ୟ ତଥ୍ୟ ମଧ୍ୟ ଅପଲୋଡ କରାଯାଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା ।

ତେବେ ଏହି ପୋଷ୍ଟର ଉତ୍ତର ରଖିଛନ୍ତି ସୌରଭ ଗାଙ୍ଗୁଲି । ପୋଷ୍ଟ କରିଥିବା ଏହି ଆକାଉଣ୍ଟଟି ଭେରିଫାଏଡ ନୁହେଁ ବୋଲି ଦର୍ଶାଇଛନ୍ତି ଦାଦା । ଏହାସହିତ ଲିଜେଣ୍ଡସ ଲିଗ କ୍ରିକେଟର ଅଫିସିଆଲ ୱେସାଇଟ ଆକାଉଣ୍ଟର ଲିଙ୍କ ମଧ୍ୟ ସେ ପୋଷ୍ଟ କରିଛନ୍ତି । ଗାଙ୍ଗୁଲିଙ୍କ ଖେଳିବାକୁ ନେଇ ପୋଷ୍ଟ ଭାଇରାଲ ହେବା ପରେ ଫ୍ୟାନ୍ସମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ଏ ସମସ୍ତ ଚର୍ଚ୍ଚାରେ ବିରାମ ଲଗାଇ ଗାଙ୍ଗୁଲି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ଆଲୋଚନାକୁ ଖଣ୍ଡନ କରିଛନ୍ତି । ଏହି ଖବର ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

Get real time updates directly on you device, subscribe now.