fbpx

୧୭୩୦ଟି ASI, SI ପଦବୀ ପୂରଣ ହେବ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୭୩୦ଟି ଏଏସଆଇ ଓ ଏସଆଇ ପଦବୀ ପୂରଣ ହେବ । ଏନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିବ । ଗତବର୍ଷ ରାଜ୍ୟରେ ୯୪୪ ଜଣଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଥିଲା ।

ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା ହୋଇଛି । ମୋଟ ୫୯୩ଟି ଥାନା ମଧ୍ୟରୁ ୫୮୪ଟିରେ ସିସିଟିଭି ଲାଗି ସାରିଛି । ରାଜ୍ୟରେ ପଞ୍ଚାୟତ, ପୌର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରାଯାଇଛି । ରାଜ୍ୟରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଥିବା ବେଳେ ମାନବ ସମ୍ବଳ ବୃଦ୍ଧି ପାଇଁ ପ୍ରାଥମିକତା ଦିଆଯାଇଛି ।

ନିକଟରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । କୋଭିଡ୍ ପାଇଁ ଗତ ଦୁଇବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ଥର ବହୁସଂଖ୍ୟାରେ ଭକ୍ତ ରଥଯାତ୍ରାରେ ସାମିଲ ହୋଇଥିଲେ । ବିଧାନସଭାର ମୌସୁମୀ ଅଧିବେଶନରେ ଗୃହରେ ଖର୍ଚ୍ଚଦାବି ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବିବୃତି ଦେଇଛନ୍ତି ।

Get real time updates directly on you device, subscribe now.