fbpx

ତୁ ମୋର ଜନ୍ମକଲା ମାଆ ନୁହଁ: ନିଜ ରକ୍ତର ହୋଇଥିଲେ ତୁ ମୋତେ ଗରମ ଛୁରୀରେ ୧୭ ଥର ଚେଙ୍କ ଦେଇଥାନ୍ତୁ….

ନୂଆଦିଲ୍ଲୀ: କୁହାଯାଏ, ମାଆ ହେଉଛି ଏ ଦୁନିଆର ସବୁଠାରୁ ମୂଲ୍ୟବାନ ଅନୁଭବ । ତେବେ ଏପରି କିଛି ରାକ୍ଷସୀ ମାଆଙ୍କ ପାଇଁ ‘ମାଆ’ ଶବ୍ଦ ଆଜି କଳିଙ୍କିତ ହେବାକୁ ବସିଛି । ଜଣେ ମାଆ ତା’ର ସନ୍ତାନର ସମସ୍ତ ଦୁଃଖକଷ୍ଟକୁ ସହ୍ୟ କରିଥାଏ । ମାତ୍ର ଉତ୍ତରପ୍ରଦେଶର ଗୋରଖପୁରରେ ଦେଖିବାକୁ ମିଳିଛି ଏହାର ବିପରୀତ । ଜଣେ ମାଆ ତା’ର ଛୁଆକୁ ଗରମ ଛୁରୀରେ ୧୭ଥର ଚେଙ୍କ ଦେବାକୁ ପଛାଇ ନାହିଁ ।

ସୂଚନା ମୁତାବକ, ୫ ବର୍ଷର ପିଲାଟି ସ୍କୁଲ ଯିବାକୁ ମନା କରିଦେଇଥିଲା । ଫଳରେ ମାଆଙ୍କର ପିତ୍ତ ମୁଣ୍ଡକୁ ଚଢ଼ି ଯାଇଥିଲା । ସେ ଏକ ଧାରୁଆ ଛୁରୀ ନିଅାଁରେ ଗରମ କରିଥିଲେ । ଏହାପରେ କଅଁଳ ଶିଶୁଟିର ଶରୀରର ୧୭ଟି ସ୍ଥାନରେ ଚେଙ୍କ ଦେଇଥିଲେ । ଶିଶୁଟିର ଯନ୍ତ୍ରଣା, ଛଟପଟ, ଆକୁଳ ନିବେଦନ ସତେ ଯେମିତି କହୁଥିଲା, ତୁ ମୋର ମାଆ ନୁହଁ । ମାଆ ହୋଇଥିଲେ ତୁ କ’ଣ ଏମିତି କରିପାରିଥାନ୍ତୁ ।

ଏହି ଘଟଣାରେ ଉକ୍ତ ମହିଳାଙ୍କ ନାମରେ ଅଭିଯୋଗ ଦାୟର ହେବା ସହ ଗିରଫ କରାଯାଇଛି । ତେବେ କାମ ସାରି ଘରକୁ ଫେରିବା ପରେ ମହିଳାଙ୍କ ସ୍ୱାମୀ ଏହା ଜାଣିଥିଲେ । ଯୁବକ ଜଣଙ୍କ ତାଙ୍କର ୫ ବର୍ଷୀୟ ଶିଶୁକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ଉକ୍ତ ମହିଳା ଜଣଙ୍କ ପୂର୍ବରୁ ମଧ୍ୟ ପିଲାମାନଙ୍କ ଉପରେ ଜୁଲମ୍ କରୁଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.