fbpx

(Video) ହେ ଭଗବାନ! ଆଖି ପିଛୁଳାକେ ବିଜୁଳି ବେଗରେ ମାଡ଼ି ଆସିଲା ଏକ ଆମ୍ବୁଲାନ୍ସ, ପୋଛିଦେଲା ୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ କର୍ଣ୍ଣାଟକର ଏକ ଟୋଲ ପ୍ଲାଜାରୁ ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓ ଦେଖିବା ପରେ ଯେ କୌଣସି ବ୍ୟକ୍ତି କିଛି କ୍ଷଣ ପାଇଁ ସ୍ତମ୍ଭୀଭୂତ ହୋଇ ରହିଯିବ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଭିଡିଓରେ ଦେଖାଯାଉଛି, କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଟୋଲ ପ୍ଲାଜାରେ କାର୍ଯ୍ୟରତ କିଛି କର୍ମଚାରୀ ତରବର ହୋଇ ବ୍ୟାରିକେଡକୁ ହଟାଇ ନେଉଛନ୍ତି । ବୋଧହୁଏ ସେମାନେ ଦ୍ରୁତଗତିରେ ମାଡ଼ି ଆସୁଥିବା ଏକ ଆମ୍ବୁଲାନ୍ସ ବିଷୟରେ ସୂଚନା ପାଇ ସାରିଥିଲେ । ଆମ୍ବୁଲାନ୍ସଟି ବିଜୁଳି ବେଗରେ ମାଡ଼ି ଆସି ନିୟନ୍ତ୍ରଣ ହରାଇ ଟୋଲ ପ୍ଲାଜରେ ମାଡ଼ ହୋଇ ଚୁରମାର୍ ହୋଇଯାଇଥିଲା ।

ତେବେ ଆମ୍ବୁଲାନ୍ସର ଡ୍ରାଇଭର ବର୍ତ୍ତମାନ ଜୀବିତ ଅଛି ନା ମରିଛି ସେନେଇ କିଛି ସୂଚନା ମିଳିପାରି ନାହିଁ । ଆମ୍ବୁଲାନ୍ସଟି ଏତେ ସ୍ପିଡରେ ଆସୁଥିଲେ ଯେ, କର୍ମଚାରୀମାନେ ନିଜକୁ ବଞ୍ଚାଇବାକୁ ମଧ୍ୟ ସମୟ ପାଇ ନଥିଲେ । ଉକ୍ତ ଆମ୍ବୁଲାନ୍ସଟି ଏକ ଘରୋଇ ହସ୍ପିଟାଲର ବୋଲି ଜଣାପଡ଼ିଛି । ଏହି ମାମଲାରେ ଏକ ଏଫଆଇଆର ଦାୟର ହୋଇଥିବା ଖବର ପାଇ ସ୍ଥାନୀୟ ସାଂସଦ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Get real time updates directly on you device, subscribe now.