ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ସୌରଭ ଦାଦା । ଦଳ ଚୟନ କମିଟି ବୈଠକରେ ସାମିଲ ହେବାକୁ ନେଇ ସୃଷ୍ଟି ହୋଇଛି ବିବାଦ । ବୋର୍ହର ଅଧ୍ୟକ୍ଷଭାବେ ଏପରି କିଛି କାର୍ଯ୍ୟ ଗାଙ୍ଗୁଲି କରିପାରିବେ ନାହିଁ ବୋଲି ଦାବି ହୋଇଛି । କାରଣ ଏହା ବିସିସିଆଇ ସମ୍ବିଧାନର ବିରୋଧ ଅଟେ । ତେବେ କ’ଣ ଏହି ବିବାଦ ? ଯାହାକୁ ନେଇ ବିବାଦରେ ଫସି ଯାଇଛନ୍ତି ନିଜେ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।
ଚୟନ କମିଟିର ବୈଠକରେ ଜବରଦସ୍ତି ସାମିଲ ହୋଇଥାନ୍ତି ସୌରଭ । ଏହି ବୈଠକରେ ବୋର୍ଡ ଅଧ୍ୟକ୍ଷ ଭାବରେ ତାଙ୍କର କୌଣସି କାମ ନଥାଏ । ତଥାପି ସେ ଏଠାରେ ଉପସ୍ଥିତ ରୁହନ୍ତି । ନିକଟରେ ଗାଙ୍ଗୁଲିଙ୍କ ନାଁରେ ଏପରି କହିଥିଲେ ଜଣେ ସାମ୍ବାଦିକ । ତେବେ ଯଦିଓ ଗାଙ୍ଗୁଲି ଏହି ବୈଠକରେ ସାମିଲ ହୋଇଥାନ୍ତି, କିନ୍ତୁ ଏଥିରେ ସେ କୌଣସି ପ୍ରକାର ହସ୍ତକ୍ଷେପ କରି ନଥାନ୍ତି ବୋଲି କମିଟିର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତଥାପି ଅଧଞକ୍ଷ ରୂପରେ ତାଙ୍କର ଉପସ୍ଥିତି ବୈଠକରେ ଏକ ଅସାମଞ୍ଜସ୍ୟ ସ୍ଥିତି ସୃଷ୍ଟି କରିଥାଏ ।