fbpx

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି; ୭ ଗୁରୁତର

ବାଲୁଗାଁ (ଓଡ଼ିଶା ଭାସ୍କର): ବାଲୁଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟି ଯାଇଛି । ରୋଷେଇ ବେଳେ ନିଆଁ ଲାଗି ଯାଇଥିବା ବେଳେ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ହୋଇଛନ୍ତି । ଗ୍ୟାସରୁ ନିଆଁ ଲାଗିଯିବା ପରେ ନିଆଁ ଲିଭାଇବା ପାଇଁ ପଡୋଶୀ ଆସିଥିଲେ । ତେବେ ହଠାତ ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ସମୁଦାୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗମ୍ଭାରୀମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ଘରେ ନିଆଁ ଲାଗିଥିବା ବେଳେ ଗ୍ରାମର ଏକାଧିକ ଲୋକ ନିଆଁ ଲିଭାଇବାକୁ ଆସିଥିଲେ । ତେବେ ଟାଙ୍କିଟି ଫାଟିଯିବା କାରଣରୁ ସମସ୍ତେ ଗୁରୁତର ଭାବରେ ଆହତ ହୋଇଥିଲେ । ପୋଡି ଯାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏବଂ ଅନ୍ୟ ୬ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.