fbpx

କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍: ଚନ୍ଦକା ଶିଳ୍ପାଞ୍ଚଳରେ ବଡ଼ ଅଘଟଣ, ୫ ଅଗ୍ନିଶମ ଟିମ୍ ନିୟୋଜିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ । ଶିଭମ କେମିକାଲ୍ସ ନାମକ ଏକ କେମିକାଲ ଫ୍ୟାକ୍ଟ୍ରିରୁ କ୍ଲେରିନ୍ ଗ୍ୟାସ୍ ଲିକ୍ ହେବାରେ ଲାଗିଛି । ଏହି ଗ୍ୟାସ୍ ଲିକ୍ ଆୟତ୍ତ କରିବା ପାଇଁ ୫ଟି ଅଗ୍ନିଶମ ବାହିନୀ ଘଟରାସ୍ଥଳରେ ନିୟୋଜିତ ରହିଛନ୍ତି । ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳରେ ରାସ୍ତାଘାଟ ବନ୍ଦ କରିଛି ପୋଲିସ । ପଟିଆରୁ ଇନଫୋସିଟି ରାସ୍ତାକୁ ବନ୍ଦ କରିଛି ସ୍ଥାନୀୟ ପୋଲିସ । ଏହି ଅଘଟଣ ଫଳରେ ଫ୍ୟାକ୍ଟ୍ରିରୁ ସୋଡ଼ିୟମ ହାଇପୋକ୍ଲୋରାଇଟ ଗ୍ୟାସ୍ ଲିକ୍ ହେଉଥିବା ସୂଚନା ମିଳିଛି । କେମିକାଲ ଗ୍ୟାସ୍ ସହ ଲଢେଇ କରି ୫ଟି ସିଲିଣ୍ଡରକୁ ଜନବସତିରୁ ଦୂରକୁ ନେଇ ଯାଇଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ଘଟଣା ଉପରେ ଲଗାତାର ନଜର ରଖାଯାଇଥିବା କହିଛନ୍ତି ଅଗ୍ନିଶମ ଡିଜି ।

Get real time updates directly on you device, subscribe now.