fbpx

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଧୂଆରେ ଆଚ୍ଛାଦିତ ଚର୍ତୁପାଶ୍ୱ

କଳାହାଣ୍ଡି: ଓଲଟିଲା ଗ୍ୟାସ ଟ୍ୟାଙ୍କର । କଳାହାଣ୍ଡିର କର୍ଲାପଡାଏନଏଚ-୧୬ ଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଟ୍ୟାଙ୍କରରୁ ବହୁ ପରିମାଣର ଗ୍ୟାସ ନିର୍ଗତ ହେଉଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ଏହାକୁ ଆୟତ୍ତରେ ଆଣିବାକୁ ଚେଷ୍ଟା ଜାରି ରଖିଛି ।

ସୂଚନାମୁତାବକ କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଭାରସମ୍ୟ ହରାଇ ଓଲଟିଲା ।ଭବାନୀପାଟଣାରୁ ରାୟପୁର ଯିବା ବେଳେ ଦୁର୍ଘଟଣା ହୋଇଥିବାର ସୂଚନାମିଳୁଛି । ବର୍ତ୍ତମାନ ସେହି ସ୍ଥାନ ଗ୍ୟାସରେ ଆଚ୍ଛାଦିତ ହୋଇଥିବାର ଜଣା ପଡୁଥିବା ବେଳେ ଏହାକୁ ଆୟତ୍ତରେ ନେବା ପାଇଁ ଅଗ୍ନିଶମ ବାହିନୀ କାର୍ଯ୍ୟ କରୁଛି ।

କିଭଳି ଭାବେ ଗ୍ୟାସକୁ ବନ୍ଦ କରାଯିବ ତାହାକୁ ନେଇ ଆଲୋଚନା କରାଯିବା ସହ ଏହି ସ୍ଥାନକୁ କିପରି ସୁରକ୍ଷିତ ରଖାଯାଇପାରି ତାହାକୁ ନେଇ କାର୍ଯ୍ୟ ଚାଲିଛି । ତେବେ ପାଣି ସ୍ପେ ମାଧ୍ୟମରେ ଏହାକୁ ରୋକା ଯାଇପାରି ବୋଲି ସୂଚନା ମିଳିଛି । ଏହା ସହିତ ସେହି ସ୍ଥାନକୁ ଅବା ଆଖ ପାଖ ସ୍ଥାନକୁ ନ ଯିବା ପାଇଁ ମନା କରାଯାଇଛି ।

Get real time updates directly on you device, subscribe now.