fbpx

Gautam Adani କରିବେ ୬୦ ହଜାର କୋଟି ଟଙ୍କାର ବିନିଯୋଗ: ଶିଳ୍ପ ଓ ନିଯୁକ୍ତି ବିକାଶ ପାଇଁ ବଢାଇବେ ପାଦ

ଜୟପୁର: ରାଜସ୍ଥାନରେ ଶିଳ୍ପ ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ନିବେଶ ରାଜସ୍ଥାନ ସମ୍ମିଳନୀ ଆରମ୍ଭ ହୋଇଛି । ଏହି ଶିଖର ସମ୍ମିଳନୀରେ ଗୌତମ ଆଦାନୀ ରାଜସ୍ଥାନରେ ୬୦ ହଜାର କୋଟି ନିବେଶ କରିବାକୁ ଘୋଷଣା କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ରାଜସ୍ଥାନରେ ସେମିକଣ୍ଡକ୍ଟର ଚି ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ପାଇଁ ବେଦାନ୍ତ ରିସୋର୍ସ ଲିମିଟେଡ୍ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଏହି ଶିଖର ସମ୍ମିଳନୀରେ ବିଶ୍ୱର ୩ ହଜାରରୁ ଅଧିକ ଶିଳ୍ପପତି-ବ୍ୟବସାୟୀ ଅଂଶଗ୍ରହଣ କରୁଛନ୍ତି । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଗା ବ୍ୟବସାୟ କାର୍ୟ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ରାଜସ୍ଥାନରେ ପୂର୍ବରୁ ଦୁର୍ଭିକ୍ଷ, ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଆମର ଶିଳ୍ପପତିମାନେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି । ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିବାରୁ ସେ ଗୌତମ ଆଦାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସମ୍ମିଳନୀରେ ଟାଟା ପାୱାର ରାଜସ୍ଥାନରେ ପ୍ରମୁଖ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି ।

କମ୍ପାନୀର ସିଇଓ ପ୍ରବୀଣ ସିହ୍ନା କହିଛନ୍ତି ଯେ, ଆସନ୍ତା କିଛି ବର୍ଷ ମଧ୍ୟରେ ରାଜସ୍ଥାନରେ ଦଶ ହଜାର ସର୍ବସାଧାରଣ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରାଯିବ । ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ରାଜପଥରେ ଏଭଳି ଷ୍ଟେସନ ଖୋଲାଯିବ । ସିହ୍ନା କହିଛନ୍ତି ଯେ ଟାଟା ପାୱାର ରାଜସ୍ଥାନରେ ୫୦୦୦ ମେଗାୱାଟ ବିନିଯୋଗ କରିଛି । ଆଦାନୀ କହିଛନ୍ତି ଯେ ରାଜସ୍ଥାନ ସରକାରଙ୍କ ଯୋଜନା ସାମାଜିକ ସୁରକ୍ଷାକୁ ମଜବୁତ କରିଛି ।

Get real time updates directly on you device, subscribe now.