fbpx

ଚଳନ୍ତା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ: ଚାଲିଗଲା ୯ ଜୀବନ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଏକ ବସରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବସରେ ନିଆଁ ଲାଗିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର କହିବା ମୁତାବକ, ଏହି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିଲା । ଅବଶ୍ୟ ପରେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ନାସିକ-ଔରଙ୍ଗାବାଦ ହାଇୱେରେ ଯାଉଥିବା ବେଳେ ବସରେ ନିଆଁ ଲାଗିଥିଲା ।

ଖବର ଅନୁସାରେ, ଚଳନ୍ତା ବସରେ ହିଁ ନିଆଁ ଲାଗିଯାଇଥିଲା । କିଛି ମିଡିଆ ରିପୋର୍ଟ ଅନୁସାରେ, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସଟି ଓଲଟି ପଡ଼ିଥିଲା, ଯାହାଫଳରେ ନିଆଁ ଲାଗିଥିଲା । ଦୁର୍ଘଟଣା ସମୟରେ ବସରେ ୩୦ ଜଣ ଯାତ୍ରୀ ଥିଲେ । ପ୍ରାୟତଃ ୯ ଲୋକଙ୍କର ମୃତ୍ୟୁ ପରେ ବି ଅନେକ ଯାତ୍ରୀ ବସରେ ଫସିରହିଥିଲେ, ଯାହାଙ୍କୁ ପରେ ଉଦ୍ଧାର କରାଯାଇଥିଲା । ଦମକଳ ବାହିନୀ ମଧ୍ୟ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

Get real time updates directly on you device, subscribe now.