fbpx

ଗୌତମ ଗମ୍ଭୀର ହେବେ ମୁଖ୍ୟ କୋଚ୍‌, ଦାବି ହେଲା ଆହୁରି ମଜବୁତ, କେକେଆରକୁ ବିଦାୟ

ଓଡିଶା ଭାସ୍କର: ଦୀର୍ଘଦିନରୁ ଗୌତମ ଗମ୍ଭୀରକୁ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ଦେଖାଯାଉଛି । ଏବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ବିସିସିଆଇ ନୂଆ ହେଡ କୋଚଙ୍କ ନାମକୁ ଶୀଘ୍ର ସାମ୍ନାକୁ ଆଣିପାରେ । ଏବେ ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ରହିଛି । ସେଠାରେ ଭିଭିଏସ ଲକ୍ଷ୍ମଣ ଟିମ୍ ଇଣ୍ଡିଆର କୋଚ ଦାୟିତ୍ୱ ତୁଲାଉଛନ୍ତି । ଏକ ରିପୋର୍ଟ ଅନୁସାରେ, ଗମ୍ଭୀର କୋଲକାତା ନାଇଟ ରାଇଡର୍ସ ସହ ଫେରୱେଲ ଭିଡିଓ ତିଆରି କରିଛନ୍ତି ।

ପ୍ରକାଶଥାଉ ଯେ, ଟିମ୍ ଇଣ୍ଡିଆର ଯିଏ ହେଡକୋଚ ହେବ ତାଙ୍କୁ ବାକିସବୁ ଦାୟିତ୍ୱରୁ ଓହରିବାକୁ ହୋଇଥାଏ । କହିବାର ବାହୁଲ୍ୟ ଏହା ଯେ, ଜଣେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ସମୟରେ ଅନ୍ୟ କୌଣସି ଫ୍ରାଞ୍ଜାଇଜର କୋଚ କିମ୍ବା ଅନ୍ୟ ରୂପରେ ଜଡିତ ହୋଇ ରହି ପାରିବେ ନାହିଁ । ଗୌତିଙ୍କ ମେଣ୍ଟରସିପରେ କୋଲକାତା ଟ୍ରଫି ଉପରେ କରାୟତ୍ତ କରିଥିଲା । ମାତ୍ର ଏବେ ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ ହେବାକୁ ଯାଉଛନ୍ତି । ଏକ ରିପୋର୍ଟରୁ ଜଣାପଡିଛି ଯେ, ଗତ ଶୁକ୍ରବାର ସେ କୋଲକାତା ଆସିଥିଲେ ଓ ଇଡେନ ଗାର୍ଡେନରେ ତାଙ୍କୁ ଫେରୱେଲ ଦିଆଯାଇଥିଲା । କୋଲକାତାର ମେଣ୍ଟର ପରେ ଏବେ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ।

ଜିମ୍ବାୱେ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତ କରିବ । ୨୭ ଜୁଲାଇରୁ ଏହା ଆରମ୍ଭ ହେବ । ଯେଉଁଥିରେ ୩ ଟି ଦିନିକିଆ ଓ ୩ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଏହି ସମୟରୁ ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ଦାୟିତ୍ୱ ତୁଲାଇ ପାରନ୍ତି ।

Get real time updates directly on you device, subscribe now.