fbpx
BJD
BJD SKY
BJD SKY

ରାଜନୀତିରୁ ବିଦାୟ ନେବେ ଗୌତମ; ‘ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେଲେ କ୍ରିକେଟ ଉପରେ ଧ୍ୟାନ ଦେବି’

BJD

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଲୋକସଭା ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। “ମୁଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନିବେଦନ କରୁଛି ଯେ ମୋତେ ମୋର ରାଜନୈତିକ ଦାୟିତ୍ୱରୁ ମୁକ୍ତ କରନ୍ତୁ, ଯାହାଦ୍ୱାରା ମୁଁ କ୍ରିକେଟ୍ ଉପରେ ଧ୍ୟାନ ଦେଇପାରିବି। ଗୌତମ ଗମ୍ଭୀର ହେଉଛନ୍ତି ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ। ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମ ଥର ପାଇଁ ସଂସଦରେ ପ୍ରବେଶ କରିଥିଲେ। ମୁଁ ମାନ୍ୟବର ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛି ଯେ ମୋତେ ମୋର ରାଜନୈତିକ ଦାୟିତ୍ୱରୁ ମୁକ୍ତ କରନ୍ତୁ ଯାହାଦ୍ୱାରା ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିବଦ୍ଧତା ଉପରେ ଧ୍ୟାନ ଦେଇପାରିବି । ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି। ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଯୋଗଦାନ କରି ମୁଁ ବିଜେପିକୁ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛି।

 

ଭାରତୀୟ ଜନତା ପାର୍ଟି ସାଂସଦ ୨୦୧୯ରେ ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତି ରାଜନୀତିରେ ଯୋଗ ଦେଇଥିଲେ। ଦୁଇ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ଗମ୍ଭୀର ଚଳିତ ମାସ ଶେଷଆଡ଼କୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ମେଣ୍ଟର ଭାବେ ନଜର ଆସିବେ।

 

Get real time updates directly on you device, subscribe now.