fbpx
BSKY
BJD SHG SKY
BJD MC SKY

Video: ଗେହେଲଟ ଷ୍ଟାଡିୟମରେ ପହଁଚିବା ମାତ୍ରେ ଶୁଭିଲା ମୋଦୀ ମୋଦୀ ଧ୍ୱନୀ, ଏପରି ହସିହସି ଉତ୍ତର ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖେଳ ଦେଖିବା ପାଇଁ ଷ୍ଟାଡିୟମକୁ ପ୍ରବେଶ କରିବା ମାତ୍ରେ ଗେଟ ସାଇଡରେ ବସିଥିବା ୧୦ ହଜାର କ୍ରିକେଟ ପ୍ରଶଂସକ ତାଙ୍କୁ ଏକ ଜବରଦସ୍ତ ସ୍ୱାଗତ କରିଥିଲେ । ଦର୍ଶକ ମାନଙ୍କ ଏପରି ଉତ୍ସାହ ଦେଖି ଗେହେଲଟ ଭାବବିହ୍ୱଳ ହୋଇଗଲେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସିଡି ଉପରେ ଠିଆ ହୋଇ ହାତ ହଲାଇ ଦର୍ଶକଙ୍କ ଅଭିନନ୍ଦନକୁ ସ୍ୱିକାର କରିଥିଲେ । ଏହାର କିଛି ସମୟପରେ ଷ୍ଟାଡିୟମର ଦ୍ୱିତୀୟ ପାଶ୍ୱର୍ରେ କିଛି ଦର୍ଶକ ମୋଦୀ ମୋଦୀ ସ୍ୱର ଉତ୍ତୋଳନ କରିଥିଲେ । ଏହାକୁ ଦେଖି ଗେହେଲଟ ହସିଦେଲେ ।

ଗତକାଲି ଇଣ୍ଡିଆନ ପ୍ରିମିୟମ ଲିଗ ୨୦୨୩ରେ ଜୟପୁର ଯାତ୍ରାରେ ସନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଦର୍ଶକମାନଙ୍କ ମଧ୍ୟରେ ଜବରଦସ୍ତ ରୋମାଂଚ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ତାରିରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ସେହି ମ୍ୟାଚ ମଧ୍ୟରେ ଷ୍ଟାଡିୟମରେ ପ୍ରବେଶ କରିଥିଲେ ସେତେବେଳେ କେତେକ ଦର୍ଶକଙ୍କ ମୁହଁରୁ ମୋଦୀ ମୋଦୀ ଡାକ ଶୁଣିବାକୁ ମିଳିଥିଲା । ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭିଆଇପି ବକ୍ସ ଆଡକୁ ଯାଇ ରାଜସ୍ଥାନ ରୟାଲ୍ସର ବ୍ୟାଟିଂର ମଜା ନେଇଥିଲେ ଏବଂ ତାଳି ମଧ୍ୟ ମାରୁଥିଲେ ।

ତେବେ ଏହି ଖେଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା, ପିସିସି ଚିଫ ଗୋବିନ୍ଦ ସିଂହ ଡୋଟାସରା, ବିଧାନସଭା ଅଧ୍ୟକ୍ଷ ସିପି ଜୋଶୀ, ଖେଳମନ୍ତ୍ରୀ ଅଶୋକ ଚନ୍ଦନା ମଧ୍ୟ ଉପସ୍ଥିତ ଥିଲେ । ଏହାରି ମଧ୍ୟରେ ଖେଳମନ୍ତ୍ରୀ ଅଶୋକ ଚନ୍ଦନା ଏବଂ ଆରସିଏ ଅଧ୍ୟକ୍ଷ ବୈଭବ ଗେହେଲଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଅଲୋଚନା ଚଳାଇଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.