fbpx

ବଡ଼ ଅପଡେଟ: ଏଣିକି ଉଭୟ ଅଗ୍ନିବୀର ଓ ଅଣ ଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଦେବାକୁ ପଡିବ ଅନଲାଇନ ପରୀକ୍ଷା

ଭୁବନେଶ୍ୱର: ପରୀକ୍ଷାକୁ ନେଇ ପ୍ରତିଦିନ କିଛି ନୂଆ ନୂଆ ଅପଡେଟ ଆସୁଛି । ତେବେ ଏହି କ୍ଷେତ୍ରରେ ଆଉ ଏକ ବଡଧରଣର ବଦଳି ହୋଇଛି । ଏଣିକି ଅନଲାଇନ ମାଧ୍ୟମରେ ଆର୍ମି ନିଯୁକ୍ତି ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ନିଯୁକ୍ତି ତାଲିକାକୁ ଡକାଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନାମୁତାବକ ନିଯୁକ୍ତି ରାଲିରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଟେଷ୍ଟ ହେବ । ଏହା ପରେ ସଫଳ ଏବଂ ଚୟନ ହୋଇଥିବା ପ୍ରାର୍ଥୀ ମାନଙ୍କ ନାମ ଅନ୍ତିମ ଯୋଗ୍ୟତା ତାଲିକାରେ ପ୍ରକାଶ ପାଇବ ।
ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଏହି ଟେଷ୍ଟ ହେବ । ଉଭୟ ଅଗ୍ନିବୀର ଓ ଅଣ ଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । ଯେଉଁ ମାନେ ଇଚ୍ଛୁକ ପ୍ରାର୍ଥୀ ରହିଛନ୍ତି ସେମାନେ ଏହି ଅନଲାଇନ ପ୍ରବେଶିକ ପରୀକ୍ଷା ଦେଇପାରିବେ ।ଏହା ପରେ ଯାଇଁ ସେମାନେ ଅନ୍ତିମ ପର୍ଯ୍ୟାୟରେ ନିଜ ନାମ ପାଇ ପାରିବେ ।

Get real time updates directly on you device, subscribe now.