fbpx

ସବୁ ଝିଅଙ୍କ ଖୋଲିବି ଗୁମର… ଗେହନା କହିଲେ ଏମତି

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାକୁ ନେଇ ଅଭିନେତ୍ରୀ ଗେହନା ବଶିଷ୍ଠ ଅଲଗା ପ୍ରକାର ମତ ଦେଇଛନ୍ତି । ତାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ନୋଟିସ୍ କରାଯାଇଥିବା ବେଳେ ସେ ଠିକଣା ସମୟରେ ହାଜର ହୋଇନଥିଲେ । ମୁମ୍ବାଇ ବାହାରେ କୌଣସି ଜରୁରି କାମରେ ଥିବାରୁ ପହଞ୍ଚି ପାରିନଥିବା ସଫେଇ ଦେଇଥିବାବେଳେ ରାଜ୍ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଫିଲ୍ମ ଲିଙ୍କ୍ ରେ ଥିବା ସବୁ ଝିଅଙ୍କ ନାଁ ପ୍ରକାଶ କରିଦେବେ ବୋଲି କହିଛନ୍ତି । ଏହା ପୂର୍ବରୁ ସେ ରାଜଙ୍କ ସପକ୍ଷରେ ଗଲା ଭଳି ମତ ଦେଇଥିଲେ ।

ଗେହନା ପୂର୍ବରୁ କହିଥିଲେ ଯେ ପର୍ଣ୍ଣ ବିଷୟରେ ପ୍ରକୃତରେ ଲୋକଙ୍କ ଧାରଣା ଅଲଗା ରହିଛି ବା ତାହା କଣ ଜାଣି ନାହାନ୍ତି । ତେବେ ବର୍ତ୍ତମାନ ପୋଲିସ୍ ଆଗରେ ସେ ସମସ୍ତଙ୍କ ନାଁ କହିବେ ଆଉ ପୋଲିସ୍ ତାଙ୍କୁ ଗିରଫ କରିବ ନାହିଁ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ କୁନ୍ଦ୍ରାଙ୍କ ହଟଶଟ୍ ଆପ୍ ପାଇଁ ତିନିଟି ଫିଲ୍ମ କରିଥିଲେ ଗେହନା । ତେବେ କାମୋତ୍ତେଜକ ବା ଏରୋଟିକ୍ସ ସମ୍ପୂର୍ଣ୍ଣ ଭାବେ ପର୍ଣ୍ଣ ଠାରୁ ଅଲଗା ବୋଲି ଗେହନା ମତ ଦେଇଛନ୍ତି ।

Get real time updates directly on you device, subscribe now.