fbpx

ହାଇଦରର ବଡ଼ପୁଅ ମୁନ୍ନାର ଜାମିନ ଆବେଦନ ଖାରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଏହି ଘଟଣାକୁ କିଛି ଦିନ ବିତିଯାଇଥିବା ବେଳେ ଏବେ ଖବର ମିଳିଛି ଯେ, ହାଇଦରର ବଡ଼ପୁଅ ସେକ କାଦିର ଓରଫ ମୁନ୍ନାର ଜାମିନ ଆବେଦନ ଖାରଜ ହୋଇଛି । ଆବେଦନକୁ ଖାରଜ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ । ବାପାର ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ସେ ଆବେଦନ କରିଥିଲା । ଏଥିପାଇଁ ମୁନ୍ନା ୪୦ ଦିନିଆ ଜାମିନ ଆବେଦନ କରିଥିଲା । କିନ୍ତୁ ଖାରଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆବେଦନାକାରୀ ଓକିଲ ରବିନାରାୟଣ ମହାନ୍ତି ।

ତେବେ ହାଇଦରର ୩ ପୁଅଙ୍କ ମଧ୍ୟରୁ ବଡ଼ପୁଅ ସେକ୍ ମୁନ୍ନା ୧୨ ବର୍ଷ ହେବ ଜେଲରେ ଅଛି । ମଝିଆ ପୁଅ ସେକ୍ ଚୁନେଇ ଓ ସାନ ପୁଅ ସେକ୍ ଅଜୁ ଏବେବି ଫେରାର ଅଛନ୍ତି ।

Get real time updates directly on you device, subscribe now.