fbpx

ବ୍ରହ୍ମପୁରରେ କେବେ ମିଳିବ ବିଶୁଦ୍ଧ ଜଳ? ୨ ବର୍ଷ ହେଲା ସରୁନି କାମ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁରୀରେ ବିଶ୍ୱସ୍ତରୀୟ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୁଭାରମ୍ଭ ହୋଇଯାଇଛି । ଏହାକୁ ନେଇ ପୁରୀ ସମେତ ଓଡ଼ିଶାରେ ଖୁସି ପ୍ରକାଶ ପାଇଛି । ତେବେ ଏହି ପ୍ରକଳ୍ପ ହେବା ପୂର୍ବରୁ ବ୍ରହ୍ମପୁର ଜାନିବିଲି ପ୍ରକଳ୍ପ କଥା ଅନେକ ସ୍ମରଣ କରୁଛନ୍ତି । ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି କିନ୍ତୁ କାମ ସରୁନି କି କେବେ ସରିବ କେହି କହିପାରୁ ନାହାନ୍ତି ।

ସୂଚନା ଅନୁସାରେ ୨୦୧୯ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୟାବ ଖୋଲି ଏହି ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୪୩୧ କୋଟି ଟଙ୍କାର ଏହି ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଅନେକ ଗ୍ରାମାଞ୍ଚଳକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏହାରି ମଧ୍ୟରେ ୨୦୨୧ ମସିହା ସରିବାକୁ ବସିଲାଣି କିନ୍ତୁ କାମ ସରୁନି । କେବେ ସରିବ ସେ ସମ୍ପର୍କରେ ମଧ୍ୟ କେହି ଜାଣି ନାହାନ୍ତି । ଫଳରେ ବିଭିନ୍ନ ମହଲରେ ଅଶାନ୍ତି ଦେଖାଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ‘ଉନ୍ନତି ଯୋଜନା’ ମାଧ୍ୟମରେ ରାଜ୍ୟର ୨୦୦ ସହରାଞ୍ଚଳ ପାଇଁ ‘ସ୍ମାର୍ଟ ପାର୍କ’ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ୨୦୦ କୋଟି ଖର୍ଚ୍ଚ ଅଟକଳ ରଖାଯାଇଥିଲା । କିନ୍ତୁ ସହରାଞ୍ଚଳରେ କେତୋଟି ସ୍ମାର୍ଟ ପାର୍କ ହୋଇପାରିଛି ତାହା ସାଧାରଣରେ ଏକ ପ୍ରଶ୍ନ ହୋଇ ରହିଛି ।

Get real time updates directly on you device, subscribe now.