fbpx

କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆଉ ବାହାରୁ କିଣା ଯିବନି ଅକ୍ସିଜେନ୍ । କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଅଗଷ୍ଟ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଏଭଳି ସୂଚନା ମିଳିବା ପରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଖୁସି ପ୍ରକାଶ ପାଇଛି ।

ବାହାରୁ ଅକ୍ସିଜେନ୍ କିଣିବା ସମୟରେ ବେଳେ ବେଳେ ଯେଉଁ ସମସ୍ୟା ସବୁ ଦେଖାଯାଉଥିଲା ତାହା ଦୂର ହେବ । ଏପରିକି ଗାଡ଼ି ସମସ୍ୟା, ସିଲିଣ୍ଡରରେ ଅମ୍ଳଜାନ ଭର୍ତ୍ତି କରିବା ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଯାଉଥିବାବେଳେ ଆଉ ସେଭଳି ହେବନି । କାରଣ ପ୍ଲାଣ୍ଟରୁ ସହଜରେ ଅକ୍ସିଜେନ୍ ଉତ୍ପାଦନ ସହ ଉଚିତ୍ କାମରେ ଲାଗିପାରିବ । ଖାଲି ସେତିକି ନୁହେଁ, ଆବଶ୍ୟକ ସ୍ଥଳେ ବିକ୍ରି ମଧ୍ୟ କରାଯାଇପାରିବ । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା ଲକ୍ଷ୍ମୀଧର ସାହୁ ସବିଶେଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.